(ବଡ଼ ଖବର ବ୍ୟୁରୋ) : ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭାରତୀୟ ଟିମର ଜବରଦସ୍ତ ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।
ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଏବଂ
ପ୍ରଥମଥର ମହିଳା ହକି ଦଳ ଅଲମ୍ପିକର ସେମିଫାଇନାଲରେ ପହଞ୍ଚିବା ସମଗ୍ର ଦେଶ ପାଇଁ ଗୌରବର ବିଷୟ। ୨୦୧୮ରୁ ଓଡ଼ିଶା ଉଭୟ ଜାତୀୟ ଦଳକୁ ପ୍ରୋତ୍ସାହିତ କରିଆସୁଥିବାରୁ ଆମେ ସମସ୍ତେ ଓଡ଼ିଶାବାସୀ ଆଜି ଗର୍ବିତ। ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା।ଜୟ ହିନ୍ଦ୍ #Tokyo2020 pic.twitter.com/RupFHLBPPy
— Naveen Patnaik (@Naveen_Odisha) August 2, 2021
ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ପି. ଭି. ସିନ୍ଧୁ ନୁହଁ, ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଧ୍ୟ ଐତିହାସିକ ପ୍ରଦର୍ଶନ ଦେଖାଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Not only has PV Sindhu won a well deserved medal, but also we saw historic efforts by the men’s and women’s hockey teams at the Olympics. I’m optimistic that 130 crore Indians will continue to work hard to ensure India reaches new heights as it celebrates its Amrut Mahotsav.
— Narendra Modi (@narendramodi) August 2, 2021