Masthead

ନବରଙ୍ଗପୁରରେ ଉପସ୍ଥିତି ଜାହିର କଲେ ମାଓବାଦୀ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପୁଣି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ୪୦ ନମ୍ବର ରାଜ୍ୟ ରାଜପଥରେ ମାରିଲେ ବ୍ୟାନର । ଛାଡିଛନ୍ତି ଲିଫଲେଟ । ବର୍ତ୍ତମାନ ମାଓ ସପ୍ତାହ ଚାଲିଥିବା ଯୋଗୁ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ମେନପୁର ନୂଆପଡ଼ା ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ନୂଆଗାଁ ଜଙ୍ଗଲରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।

ରାଇଘର ରୁ କୁନ୍ଦେଇ ଯାଉଥିବା ୪୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ମେନପୁର ଡିଭିଜନ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନର ଓ ପୋଷ୍ଟରରେ ଆସନ୍ତା କାଲି ୩ ତାରିଖ ପର୍ୟ୍ୟନ୍ତ ପାଳନ ହେଉଥିବା ମାଓବାଦୀଙ୍କ ସହିଦ ସପ୍ତାହକୁ ପାଳନ କରିବା, ଜଙ୍ଗଲ ଜମି ଅଧିକାର ଦାବି ଓ ମାଓ ସଙ୍ଘଠନରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ। ଗତ ୨୮ତାରିଖ ଦିନ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସୀତା ନଦୀ ଏରିଆ କମିଟି ମାଓ ସଙ୍ଘଠନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନେର ଲଗାଯାଇଥିଲା ।

କିନ୍ତୁ ଆଜି ମେନପୁର ଡିଭିଜନ ମାଓ ସଙ୍ଘଠନ ପକ୍ଷରୁ ଏହି ପୋଷ୍ଟର ବ୍ୟାନର ଲଗାଯାଇଛି। ଘଟଣାସ୍ଥଳରେ କୁନ୍ଦେଇ ପୋଲିସ ସହ ସିଆରପିଏଫ ପହଞ୍ଚି ମାଓ ବ୍ୟାନର, ପୋଷ୍ଟର ଗୁଡିକୁ ଜବତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼