Masthead

ନବରଙ୍ଗପୁରରେ ଉପସ୍ଥିତି ଜାହିର କଲେ ମାଓବାଦୀ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପୁଣି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ୪୦ ନମ୍ବର ରାଜ୍ୟ ରାଜପଥରେ ମାରିଲେ ବ୍ୟାନର । ଛାଡିଛନ୍ତି ଲିଫଲେଟ । ବର୍ତ୍ତମାନ ମାଓ ସପ୍ତାହ ଚାଲିଥିବା ଯୋଗୁ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ମେନପୁର ନୂଆପଡ଼ା ଡିଭିଜନ ତରଫରୁ ଏହି ବ୍ୟାନର ଲଗାଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ନୂଆଗାଁ ଜଙ୍ଗଲରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।

ରାଇଘର ରୁ କୁନ୍ଦେଇ ଯାଉଥିବା ୪୦ ନମ୍ବର ରାଜ୍ୟ ରାଜପଥ କଡ଼ରେ ମେନପୁର ଡିଭିଜନ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନର ଓ ପୋଷ୍ଟରରେ ଆସନ୍ତା କାଲି ୩ ତାରିଖ ପର୍ୟ୍ୟନ୍ତ ପାଳନ ହେଉଥିବା ମାଓବାଦୀଙ୍କ ସହିଦ ସପ୍ତାହକୁ ପାଳନ କରିବା, ଜଙ୍ଗଲ ଜମି ଅଧିକାର ଦାବି ଓ ମାଓ ସଙ୍ଘଠନରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମାଓବାଦୀ। ଗତ ୨୮ତାରିଖ ଦିନ କୁନ୍ଦେଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସୀତା ନଦୀ ଏରିଆ କମିଟି ମାଓ ସଙ୍ଘଠନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନେର ଲଗାଯାଇଥିଲା ।

କିନ୍ତୁ ଆଜି ମେନପୁର ଡିଭିଜନ ମାଓ ସଙ୍ଘଠନ ପକ୍ଷରୁ ଏହି ପୋଷ୍ଟର ବ୍ୟାନର ଲଗାଯାଇଛି। ଘଟଣାସ୍ଥଳରେ କୁନ୍ଦେଇ ପୋଲିସ ସହ ସିଆରପିଏଫ ପହଞ୍ଚି ମାଓ ବ୍ୟାନର, ପୋଷ୍ଟର ଗୁଡିକୁ ଜବତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି