Before Header

ଉତ୍କଟ ହେଉଛି ଦାଦନ ସମସ୍ୟା

0 21

ରାୟଗଡା (ବଡ଼ ଖବର ବ୍ୟୁରୋ): ଜିଲ୍ଲାରେ ଶ୍ରମ ଶକ୍ତିର ଆଦର ନାହିଁ । ଉତ୍କଟ ହେଉଛି ଦାଦନ ସମସ୍ୟା । ବିଧାୟକ ଉଦ୍ଧାର କଲେ ୩୩ ଦାଦନ ଶ୍ରମିକଙ୍କୁ । ଶ୍ରମ ଏକ ବଡପୁଞ୍ଜି । ଶ୍ରମିକଙ୍କ ବିନା ବିକାଶର ପରିକଳ୍ପନା ଅସମ୍ଭବ । କିନ୍ତୁ ରାୟଗଡା ଭଳି ଉପାନ୍ତ ଜିଲ୍ଲାରେ ଶ୍ରମଶକ୍ତିର ଆଦର ନାହିଁ । ଶ୍ରମ ଓ ଶ୍ରମିକଙ୍କୁ ନେଇ ସରକାର ଚେତୁନାହାନ୍ତି କି ହେଜୁନାହାନ୍ତି । ରାଜ୍ୟର ୬ଜଣ ଶ୍ରମିକ ସଟସର୍କିଟରେ ପୋଡିହୋଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଉ ସେଠାରେ କାର୍ଯ୍ୟ କରୁଥିବା ରାୟଗଡ ଜିଲ୍ଲାର ଅନ୍ୟ ୩୩ଜଣ ଶମିକଙ୍କୁ ନିଜେ ବିଧାୟକ ଉଦ୍ଧାର କରିଛନ୍ତି । ଗତ୫ ଦିନ ତଳେ ଆନ୍ଧ୍ରପ୍ରଦେଶର ରାଜ୍ୟର ଲାଙ୍କାଭାନିଦିବା ଚିଙ୍ଗୁଡି ଘେରିରେ ଦାଦନ ଶ୍ରମିକ ରୁପେ କାର୍ଯ୍ୟ କରୁଥିବା ୬ଜଣଙ୍କ ମୃତ୍ୟୁ, ସରକାର ଶ୍ରମିକଙ୍କୁ କାମ ଏବଂ ଶିଖିତଙ୍କୁ ନିଯୁକ୍ତି ଦେବାରେ କେତେ ସମ୍ଭ୍ରନ୍ତ ଏହି ଘଟଣା ଚିକ୍ରାର କରି କହୁଛି । କେବଳ ଏହି ଗୋଟିଏ ଘଟଣା ନୁହେଁ । ଏଭଳି ଆଗରୁ ଅନେକ ନିଦାନ ଏହି ଜିଲ୍ଲାରେ ରହିଆସିଛି ।

୭୦ପ୍ରତିଶତ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲାର ୫୦ଭାଗ ଲୋକେ ଶ୍ରମକୁ ଜିବୀକା କରି ଜିଇଁଥାନ୍ତି । ଦିନ ମଜୁରିଆଙ୍କ ଠାରୁ ଆରମ୍ଭକରି କୃଷିକ୍ଷେତ୍ର, କଳକାରଖାନା ଆଦି ବିଭିନ୍ନ କର୍ମସଂସ୍ଥାନ ମାନଙ୍କରେ କାମ କରି ଲୋକେ ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇଥାନ୍ତି ।

୨୦୧୧ ଜନଗଣନା ଅନୁଯାଇ ଜିଲ୍ଲାର ଜନସଂଖ୍ୟା ୯ଲକ୍ଷ ୬୭ହଜାର ୯୧୧ କୁହାଯାଉଛି । ସମୁଦାୟ ଜନସଂଖ୍ୟାର ୭୫ପ୍ରତିଶତ ଲୋକ ଶ୍ରମକୁ ନେଇ ନିଜର ଗୁଜରାଣ ମେଣ୍ଟାଇଥାନ୍ତି । ତେବେ ବିଡମ୍ବନାର କଥାଯେ, କେବଳ ୬୧ହଜାର ନିର୍ମାଣ ଶ୍ରମିକଙ୍କୁ ଏଯାବତ ଚିହ୍ନଟ କରାଯାଇପାରିଛି । ବାକି ଶ୍ରମଜୀବିଙ୍କ ନିକଟକୁ ଶ୍ରମ ମନ୍ତ୍ରଣାଳୟ ପହଞିବାରେ ବିଫଳ ହୋଇଛି । ପରିଣାମ ସ୍ୱରୁପ ସବୁଥିରୁ ବଞ୍ଚିତ ହୋଇଆସୁଥିବା ଶ୍ରମିକ ଦିନ ମଜୁରିଆ ଗତ ଦୁଇଦଶନ୍ଧି ଧରି ଦାଦନ ଖଟିବାକୁ ମୁହାଇଛନ୍ତି । କରୋନା ଭଳି ଭୟାବହ ସ୍ଥିତିରେ ଖାଦ୍ୟପେୟ ନପାଇ ଘରକୁ ବାହୁଡି ଆସିଥିବା ବେଳେ ପୁଣି ଏବେ ଦାଦନ ଖଟିବାକୁ ବାହାର ରାଜ୍ୟ ଆଡକୁ ବାହୁଡିବାରେ ଲାଗିଛନ୍ତି ।

ଗାଁ ମୁଣ୍ଡରେ କାମ ଯୋଗାଇଦେବାପାଇଁ ଏମଜିଏନଆରଇଜିଏ ଯୋଜନାର ପରିକଳ୍ପନା କରାଯାଇଛି । ୭ଦିନରେ ଥରେ ମଜୁରୀ ମିଳପାରିବ ବୋଲି ନାରା ଦିଆଯାଉଥିବାବେଳେ ବିଡମ୍ବନାର କଥା ସରକାରଙ୍କୁ ବିଶ୍ୱାସ କରି ମାଇଲ ମାଇଲ ବାଟ ପାଦରେ ଚାଲି ଆସିଥିବା ଶ୍ରମିକଙ୍କୁ ଏହି ଜିଲ୍ଲାରେ ଦିନଟିଏ ମଧ୍ୟ କାମ ମିଳିପାରିଲାନାହିଁ । କାମ କରିବା ପରେ ମାସମାସ ଧରି ମଜୁରି ମିଳିପାରୁନାହିଁ । ମାଳମାଳ ସୂଚନ ଫଳକ ଲାଗିଥିବା ଦେଖିବାକୁ ମିଳୁଛି । ଯାହାର ନିଚ୍ଛକ ଉଦାହରଣ ନିଜେ ବିଧାୟକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗୁଣ୍ଟୁରୁ ଲାଙ୍କାଭିନିଦିବା ଚିଙ୍ଗୁଡି ଘେରିରୁ ୩୩ଜଣ ନାବାଳକ ଦାଦନଙ୍କୁ ଉଦ୍ଧାର କରି ସାଥିରେ ଧରି ଫେରିଛନ୍ତି ।

ପେଟର ଭୋକ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ଆଉ କୋରାନା ଭୟାବହତାକୁ ଏବଂ ସରକାରଙ୍କ ପ୍ରତିଶୃତିକୁ ଭରସା କରି ଅଖିଆ ଅପିଆ ପାଦରେ ଚାଲିଚାଲି ପୁଣି ନିଜ ଭିଟା ମାଟିକୁ ଫେରିଆସିଥିଲେ ଜିଲ୍ଲାର ହଜାର ହଜାର ଶ୍ରମିକ । ଯାହାକି ନିଜେ ବିଧାୟକ ରଘୁନାଥ ଗମାଙ୍ଗ ସ୍ୱୀକାର କରିଛନ୍ତି । ଆଉ କୋଠର କାର୍ଯ୍ୟାନୁଷ୍ଟାନ ଗହଣ କରାନଗଲେ ସ୍ଥିତି ଅତ୍ୟନ୍ତ ଭୟାବହ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.