Masthead

ଚୋରି ହେଲା କରୋନା ଟିକା

ଜୟପୁର (ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ କାୟା ମେଲାଉଛି କରୋନା । ଟିକାକରଣକୁ ଉଭୟ ସରକାର ଏବଂ ଲୋକେ ଆଶା କରିଥିବା ବେଳେ ରାଜସ୍ଥାନ ରାଜଧାନୀ ଜୟପୁରରୁ ଚୋରି ହେଇଛି କରୋନା ଟିକା । ଟିକାକରଣ ଚାଲିଥିବା ବେଳେ ଭ୍ୟାକସିନ୍‌ କମ୍‌ ଥିବା ନେଇ ବିଭିନ୍ନ ରାଜ୍ୟ ଅଭିଯୋଗ କରୁଛନ୍ତି। ସେହିଭଳି ରାଜସ୍ଥାନରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।

ଜୟପୁରରେ ଥିବା କାନଓ୍ବାଟିଆ ହସ୍ପିଟାଲରେ ଭ୍ୟାକସିନ୍‌ ଚୋରି ହୋଇଥିବା ନେଇ ହସ୍ପିଟାଲର ଅଧିକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ନଗର ଥାନରେ ଏତଲା ଦେଇଛନ୍ତି। ହସ୍ପିଟାଲରୁ ୩୨୦ ଡୋଜ୍‌ (୩୨ ସିସି) ଚୋରି ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଆଇପିସି ୩୮୦‌ ରେ ମାମଲା ରୁଜୁ କରିଛି। ୧୨ ଏପ୍ରିଲ୍‌ରେ ହସ୍ପିଟାଲକୁ କରୋନା ଟିକା ମିଳିଥିଲା। ସେହିଦିନ ସନ୍ଧ୍ୟାରେ ଷ୍ଟକ୍‌ ଚେକ୍‌ କରାଯିବା ପରେ ୩୨୦ ଡୋଜ୍‌ କମ୍‌ ଥିବା ଜଣାପଡ଼ିଥିଲା। ଏନେଇ ଦୁଇ ଦିନ ହସ୍ପିଟାଲ କମିଟି ମାମଲାର ଯାଞ୍ଚ କରିବା ପରେ ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ କରୋନର ଦ୍ବିତୀୟ ଲହର ରାଜ୍ୟରେ ତାଣ୍ଡବ ରଚିଥିବା ବେଳେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ