Masthead

ମୁଣ୍ଡକାଟି ଆତ୍ମହତ୍ୟା କଲେ ଦମ୍ପତ୍ତି

ଗୁଜୁରାଟ (ବଡ଼ ଖବର ବ୍ୟୁରୋ):ମୁଣ୍ଡକାଟି ଆତ୍ମହତ୍ୟା କଲେ ଦମ୍ପତ୍ତି । କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ରାଜକୋଟ୍ ଜିଲାର ଭିଞ୍ଚତ୍ୟା ଗ୍ରାମରେ । ମୃତକ ହେଲେ ହେମୁ ମାକୱାନା ଓ ସ୍ତ୍ରୀ ହାଂସ ମାକୱାନ । ହେମୁ ମାକୱାନା ହେଉଛନ୍ତି ଜଣେ ଚାଷୀ । ହେମୁ ଓ ହାଂସ ଗିଲୋଟିନ୍ ଭଳି ଅସ୍ତ୍ରରେ ନିଜ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ସ୍ଥଳରୁ ପୋଲିସ ଏକ ହାତଲେଖା ଚିଠି ପାଇଛି। ଗୁଜରାଟୀ ଭାଷାରେ ଲେଖାଥିବା ଏହି ଚିଠିରେ ଦମ୍ପତ୍ତିଙ୍କ ଆଙ୍ଗୁଠି ଛାପ ମଧ୍ୟ ରହିଛି। ସେମାନେ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି ।

ଏଥିପାଇଁ କେହି ଦାୟୀ ନୁହନ୍ତି ବୋଲି ଚିଠିରେ ଲେଖାଯାଇଛି। ମୃତକ ହେମୁ ମାକୱାନା ଓ ସ୍ତ୍ରୀ ହାଂସ ମାକୱାନ ସେମାନଙ୍କ ଚାଷଜମିରେ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ସେମାନଙ୍କର ଦୁଇ ପୁଅଝିଅ ମାମୁଘରୁ ଫେରି ମାଆବାପାଙ୍କ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ କହିବା ଅନୁଯାୟୀ ଆତ୍ମହତ୍ୟା ପାଇଁ ଦମ୍ପତ୍ତି ଗିଲୋଟିନ୍ ଭଳି ଅସ୍ତ୍ର ତିଆରି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି