Before Header

ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ

0 871

ଭୁବନେଶ୍ୱେର (ବଡ଼ ଖବର ବ୍ୟୁରୋ): ଯାଜପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରିଙ୍କ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ ଏସଟିଏଫ । ସନ୍ଦିଗ୍ଧ ଆତଙ୍କୀ ବୁଖାରୀକୁ ରିମାଣ୍ଡରେ ନେବା ଲାଗି ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଆବେଦନ କରିବ। ଦରକାର ପଡ଼ିଲେ ତଦନ୍ତ ଲାଗି ଏନଆଇଏ ଆସିପାରେ ବୋଲି ଏସଟିଏଫ ଏସ୍.ପି କହିଛନ୍ତି। ଏଥିସହ ବୁଖାରୀକୁ ପଚରାଉଚରା ପାଇଁ ଜମ୍ମୁ କାଶ୍ମୀର ଓ ପଂଜାବ ପୋଲିସ ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ମିଳିଛି।

ପାକିସ୍ତାନ ଏସଟିଏଫ ଏଜେଣ୍ଟଙ୍କ ସହ ବୁଖାରୀ ଚାଟିଂ କରିଥିବା ପ୍ରମାଣ ମିଳିଛି। ଆଶଙ୍କା କରାଯାଉଛି, ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇଛି ଦେଶର ସମ୍ବେଦନଶୀଳ ତଥ୍ୟ। ତା’ମଧ୍ୟରୁ କିଛି ଡିଲିଟ୍ ହୋଇଛି ତ ଆଉ କିଛି ଲାଗିଛି କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ। ତେଣୁ ସିଡ଼ିଆର୍ ଆନାଲିସିସ ଆଧାରରେ ସବୁ ତଥ୍ୟର ରହସ୍ୟ ଖୋଲିବା ପାଇଁ ଯାଜପୁର ରଗଡ଼ି ଜେଲରେ ଥିବା ବୁଖାରୀକୁ ରିମାଣ୍ଡରେ ନେବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ।

ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଛି । ପାକିସ୍ତାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଂଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେଁ, ଦେଶ ବିରୋଧୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ ।

Leave A Reply

Your email address will not be published.