Masthead

ଓଡ଼ିଆଙ୍କ ମୁଣ୍ଡରେ ମିସ ଇଣ୍ଡିଆ ମୁକୁଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିସ ଇଣ୍ଡିଆ ଚାରମିଙ୍ଗ୍ ଫେସ-୨୦୨୧ ହେଲେ ଦୁଇ ଓଡ଼ିଆ ଝିଅ । ପୁରୀ ଜିଲ୍ଲା ନିମାପଡ଼ାର ଝିଅ ସ୍ମୃତିରେଖା ଖୁଣ୍ଟିଆ ମିସ ଇଣ୍ଡିଆ ଟୁରିଜିମ-୨୦୨୧ ହୋଇଥିବା ବେଳେ ପୁରୀର ଲକ୍ଷ୍ମୀପ୍ରିୟା ତ୍ରିପାଠୀ ମିସେସ ଇଣ୍ଡିଆ ଆର୍ଥ ବିଜୟୀ ହୋଇଛନ୍ତି । କୋଭିଡ଼ ପାଇଁ ଭର୍ଚୁଆଲ ମାଧ୍ୟମରେ ଏହି ପ୍ରତିଯୋଗିତା ପାଇଁ ଅଡିସନ ହୋଇଥିଲା । ଏଥିରେ ଭାରତର ବିଭିନ୍ନ ଜୋନରୁ ପ୍ରାୟ ୨୦ଜଣ ପ୍ରତିଯୋଗି ଭାଗ ନେଇଥିଲେ ।

ରାଜସ୍ଥାନର ଜୟପରୁରେ ଏହାର ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମୃତିରେଖା ଓ ଲକ୍ଷ୍ମୀପ୍ରିୟା ମିସ ଓ ମିସେସ ଇଣ୍ଡିଆ ଟାଇଟଲ ହାତେଇଥିଲେ । ଏହା ସହ ଓଡ଼ିଆ ଝିଅ ସୁନନ୍ଦା ପ୍ରିୟଦର୍ଶନୀ ମଲ୍ଲିକ ମିସ ଇଣ୍ଡିଆ ଟୁରିଜିମର ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ମୋନାଲିସା ପତି ମିସ ଇଣ୍ଡିଆ ୱାଲର୍ଡରେ ଦ୍ୱିତିୟ ରନର୍ସଅପ୍ ହୋଇଛନ୍ତି । ଆଜି ସମସ୍ତ ଟାଇଟଲ ଧାରି ଭୁବନେଶ୍ୱରରେ ପହଁଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା