ଜି୨୦ ସମ୍ମିଳନୀକୁ ଯିବେ ମାଣ୍ଡିଆ ମା’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଚଳିତ ଥର ଆମ ଦେଶ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏ ନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଦେଶୀ ଅତିଥିଙ୍କ ଆତିଥ୍ୟକୁ ବିଶେଷ ଭାବରେ ଧ୍ୟାନ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଶକ୍ତିଶାଳୀ ଦେଶର ମୁଖ୍ୟ ଆମ ଦେଶରେ ଆତିଥ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ସେମାନଙ୍କ ରହିବା, ଖାଇବା, ପିଇବା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଉଛି। କିଭଳି ସେମାନେ ଆମ ଦେଶର ସୁସ୍ୱାଦୁ ଓ ସୁସ୍ଥକର ବ୍ୟଞ୍ଜନ ଗ୍ରହଣ କରିପାରିବେ ତାହାର ମଧ୍ୟ ବିଶେଷ ଧ୍ୟାନ ରଖାଯାଉଛି। ତେବେ ସୂଚନା ଅନୁସାରେ ଅତିଥିମାନଙ୍କୁ ମିଲେଟର ପ୍ରସ୍ତୁତ ଖାଦ୍ୟ ପରସା ଯିବାର ବ୍ୟବସ୍ଥା କରାଯାଉଛି।

ଯେହେତୁ ଚଳିତ ବର୍ଷ ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ଭାବେ ପାଳନ କରୁଛି ତେଣୁ ମିଲେଟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମିଲେଟ ଭାରତର ପାରମ୍ପରିକ ଖାଦ୍ୟ ଏହାକୁ ସାଧାରଣ ଲୋକଙ୍କ ଖାଦ୍ୟ ଥାଳୀରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରୟାସ ଚଳାଇ ଆସିଛନ୍ତି। ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖରେ ଭାରତରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ପରଷିବାର ଯୋଜନା ରହିଛି ।ତେବେ ଏଥିରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ଯୋଗଦେବେ।

ସେମାନେ ହେଲେ, କୋରାପୁଟ ରାଇମତି ଜିଉରିଆ ଓ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଗୋଇଲି ଗାଁର ଶ୍ରୀମତୀ ସୁବାସା ମହାନ୍ତ। ଏମାନେ ସେଠାରେ ଓଡ଼ିଶାରେ ମିଲେଟ ମିସନ ସଫଳତା ଓ ମାଣ୍ଡିଆର ଉପକାରିତା ବିଷୟରେ ସଂପୂର୍ଣ୍ଣ ବର୍ଣ୍ଣନା କରିବେ । ତେବେ ଏନେଇ ସୁବସା ତାଙ୍କର ମାଣ୍ଡିଆ ଚାଷକୁ ନେଇ ଅଭିଜ୍ଞତା ଜାହିର କରିଥିବା ବେଳେ ଜି୨୦ କାର୍ୟ୍ୟକ୍ରମକୁ ନିମନ୍ତ୍ରିତ ହୋଇ ଥିବା ଯୋଗୁଁ ଉତ୍ସାହିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ