Masthead

ଡେମୋ ଦେଖାଇଲା ନର ରାକ୍ଷସ ସାଗର

ନୟାଗଡ଼(ବଡ଼ ଖବର ବ୍ୟୁରୋ): ଡେମୋ ଦେଖାଇଲା ନର ରାକ୍ଷସ । କେମିତି ରଚିଥିଲା ନାରକିୟ କାଣ୍ଡ ? କେଉଁଠି ଥିଲା ମର୍ଡର ସ୍ପଟ ? ନୟାଗଡ଼ ଧୁନ୍ଦିଆଗଡିଆ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅଭିଯୁକ୍ତ ସାଗର ଦଳାଇକୁ ରିମାଣ୍ଡରେ ଆଣିବା ପରେ ସ୍ପଟ ଭିଜିଟ କରିଥିଲା ବାଣିଗୋଚ୍ଛା ପୋଲିସ । ନୟାଗଡ଼ ଅତିରିକ୍ତ ଏସପି, ଏସଡିପିଓ ଏବଂ ବାଣିଗୋଚ୍ଛା ଆଇଆଇସିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ସାଗର । କେମିତି ପ୍ରଥମେ ବେବିକୁ ମୋବାଇଲ ଦେଖାଇ ପ୍ରଲୋଭିତ କରିଥିଲା ସାଗର ? କେଉଁଠି କରିଥିଲା ନାବାଳିକୁ ଦୁଷ୍କର୍ମ? ଗୋଟିଗୋଟି କରି ପୋଲିସ ଆଗରେ ସତ ଉଗାଳିଛି ସାଗର । ସେପଟେ ସାଗରକୁ ସ୍ପଟ ଭିଜିଟ କରାଇବା ବେଳେ କ୍ରାଇମ ସ୍ପଟରୁ ପୋଲିସ ଜବତ କରିଛି ବେବିର ଅନ୍ତଃବସ୍ତ୍ର ।

ସେପଟେ ସାଗରକୁ ସ୍ପଟ ଭିଜିଟ କରାଇବାବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଧୁନ୍ଦୁଗାଡ଼ିଆ ଗାଁ । ୬ବର୍ଷର ଝିଅ ବେବିଙ୍କୁ ହରାଇ ଆଜିବି ମାଆ ଆଖିରୁ ଶୁଖିନି ଲୁହ । ଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛି ପରିବାର । ସେପଟେ ସାଗରର କୁକର୍ମ ପାଇଁ ନିଜକୁ ସର୍ମିନ୍ଦା ମନେ କରୁଛନ୍ତି ସାଗରର ପରିବାର ଲୋକେ । ସାଗରକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସେମାନେ । ୧୨ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା ନିରିହ ଝିଅ ବେବି । ଗାଁରେ ଏକା ସାଗରର ଥିଲା ସ୍ମାର୍ଟ ଫୋନ । ଯେଉଁଥି ପାଇଁ ସାଗର ପାଖରେ ଜମୁଥିଲା ପିଲାଙ୍କ ଭିଡ । ଯାହାର ଫାଇଦା ଉଠାଇଥିଲା ସାଗର । ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖି ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲା ସାଗର ।

ବେବିକୁ ଟେକି ନେଇ ଘରଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ନିଛାଟିଆ ଜାଗାରେ କରିଥିଲା ଦୁଷ୍କର୍ମ । ଘଟଣା ଜଣାପଡିଯିବା ଭୟରେ ସହିଠାରେ ହିଁ ବେବିକୁ ହତ୍ୟା କରିଥିଲା ସାଗର । ସେପଟେ ବେବିକୁ ନପାଇ ବ୍ୟସ୍ତ ବିବ୍ରତ ହେଉଥିଲେ ପରିବାର ଲୋକେ । ବହୁ ଖୋଜାଖୋଜି ପରେ ମିଳିନଥିଲା ବେବିର ପତ୍ତା । ଘଟଣାର ୫ ଦିନ ପରେ ଘରପଛ ଜଙ୍ଗଲରୁ ମିଳିଥିଲା ବେବିର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଁଚି ଛାନ ଭିନ କରିଥିଲା । ଅଭିଯୁକ୍ତ ସାଗର ଉପରେ ସନ୍ଦେହ ହେବାରୁ ତାକୁ ପଚରାଉଚରା କରିଥିଲା ପୋଲିସ ।

ଜେରା ବେଳେ ସାଗର ମାନିଥିଲା ଦୋଷ ।ନୟାଗଡ଼ରେ ଅସୁରକ୍ଷିତ ନାବାଳିକା । ପ୍ରଥମେ ପରୀ, ପରେ ବେବି । ନର ପିଶାଚଙ୍କ ଲୋଲୁପ ଦୃଷ୍ଠିରେ ପଡି ଜୀବନ ହାରିଲେଣି ଦୁଇ ନାବାଳିକା । ଏହା ଖାଲି ଗୋଟିଏ କି ଦୁଇଟି ଘଟଣା ନୁହେଁ, ରାଜ୍ୟରେ ପ୍ରତିଦିନ ଘଟୁଛି ଶିଶୁ ଅତ୍ୟାଚାର । ଏହାକୁ ରୋକିବା ପାଇଁ ସରକାର କଠୋର ଆଇନ ଆଣିବାକୁ ଦାବି କରିଛନ୍ତି ବୁଦ୍ଧିଜୀବି । ଦୋଷୀଙ୍କୁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ମିଳିଲେ ଆଉ କେହି ଏଭଳି ଅପରାଧ କରିବାକୁ ସାହସ କରିବେନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ