ନକଲି ନୋଟ ଛପା ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ବଲାଙ୍ଗିରରେ ଘରେ ଚାଲିଥିଲା ନକଲି ନୋଟ ଛପା। ଅଭିଯୋଗ ପରେ ଚଢାଉ କରି ଦୁଇ ଜଣଙ୍କୁ ଧରିବା ସହ ଲକ୍ଷାଧିକ ନକଲି ନୋଟ ଜବତ କଲା ପୋଲିସ। ତା ସହ ନୋଟ ଛାପିବା ପାଇଁ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ପେପର ଆଦିକୁ ଜବତ କରିଛି ପୋଲିସ । ବଲାଙ୍ଗିର ପାଟଣାଗଡ଼ ଥାନା ଭଇଁସା ଗାଁରୁ ପୁଳାପୁଳା ନକଲି ନୋଟ ଜବତ ହୋଇଛି। ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଳି ନୋଟ ଜବତ ହେବା ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ ଭଇଁସା ଗାଁରେ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନକୁ ଆସିଥିଲା।

ଏନେଇ ଗାଁର ସରପଞ୍ଚ ନୋଟକୁ ଦେଖି ନକଲି ନୋଟ ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଗାଁରେ ପହଞ୍ଚି ବରୁଣ ପାନୁଅନ ଘରେ ଚଢାଉ କରି ଥିଲେ। ପୋଲିସ୍ ୨୭୪ ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପୁଟର , ପ୍ରିଣ୍ଟର , ନକଲି ନୋଟ ପାଇ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ କାଲି ଇତ୍ୟାଦି ପୋଲିସ୍ ଜବତ କରିଛି। ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗା ଥାନା ବୁଡାବାହଲ ଗାଁର ଆଉ ଜଣେ ଅଭିଯୁକ୍ତ ରୋହିତ ବସ୍ତିଆକୁ ଗିରଫ କରିଛି ପୋଲିସ୍। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡ଼ିପିଓ ସଦାନନ୍ଦ ପୁଝାରୀ କହିଛନ୍ତି। ତେବେ ଏହି ନକଲି ନୋଟ କାରବାର କେବେଠୁ ଚାଲିଥିଲା ଏବଂ କେଉଁ ଅଞ୍ଚଳ ପର୍ୟ୍ୟନ୍ତ ଏହା ବ୍ୟାପିଥିଲା ତାର ତଦନ୍ତ ଜାରି ରଖିଛି ପୋଲିସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’