Before Header

ବଦଳିଲେ ମଣିପୁର ପୁଲିସ ଡିଜିପି, ରାଜୀବ ସିଂହଙ୍କୁ ମିଳିଲା ନୂଆ ଦାୟିତ୍ୱ

0 42

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ମଣିପୁରରେ ଥମୁନି ହିଂସା । ଏହାରି ଭିତରେ ମଣିପୁର ସରକାର ନେଇଛନ୍ତି ବଡ଼ ନିଷ୍ପତି । ଆଇପିଏସ ରାଜୀବ ସିଂହଙ୍କୁ ରାଜ୍ୟର ନୂଆ ଡିଜିପି ନିଯୁକ୍ତ କରାଯାଇଛି । ରାଜୀବ ତ୍ରିପୁରା କ୍ୟାଡରର ଆଇପିଏସ ଅଧିକାରୀ ହୋଇଥିବା ବେଳେ ତାଙ୍କୁ ମଣିପୁର କ୍ୟାଡରକୁ ବଦଳି କରାଯାଇଛି । ଏହା ପୂର୍ବରୁ ପି ଡଙ୍ଗୋଲ ମଣିପୁର ପୁଲିସ ଡିଜିପି ଭାବେ କାମ କରୁଥିଲେ । ତାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି ମେ ୨୯ ତାରିଖରେ ତାଙ୍କୁ ମଣିପୁର କ୍ୟାଡରରେ ସାମିଲ କରାଯାଇଥିଲା ।

Leave A Reply

Your email address will not be published.