Masthead

ପୁଣି ସୀମାରେ ଉଡ଼ିଲା ଡ୍ରୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ଏକ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ବିଏସଏଫ ଯବାନ ମାନେ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମାକୁ ଫେରିଯାଇଛି । ସୂଚନାନୁସାରେ ଗତ ରାତିରେ ଜମ୍ମୁର ଆର୍ନିଆ ସେକ୍ଟର ନିକଟସ୍ଥ ଅନ୍ତର୍ଜାତୀୟ ସୀମା ଉପରେ କିଛି ଲାଲ ରଙ୍ଗର ଲାଇଟ ଉଡ଼ୁଥିବା ଦେଖିବାକୁ ମିଳିଥିଲା ।

ଏହା ଡ୍ରୋନର ଆଲୋକ ବୋଲି ଜଣାପଡ଼ିଥିଲା । ଏହା ପରେ ୬ରାଉଣ୍ଡ ଗୁଳି ଚଳାଇଥିଲେ ଯବାନ । ଫଳରେ ଡ୍ରୋନଟି ପୁଣି ପାକିସ୍ତାନ ସୀମାକୁ ଫେରିଯାଇଥିଲା । ତଲାସି ଆରମ୍ଭ ହୋଇଥିଲା । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ତେବେ ଏହା ଆଗରୁ ମଧ୍ୟ ପାକିସ୍ତାନି ଆତଙ୍କବାଦୀମାନେ ଡ୍ରୋନରେ ବିସ୍ଫୋରକ ପଠାଇ ଜମ୍ମୁର ବାୟୁସେନା ଘାଟିରେ ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଦୁଇଜଣ ସେନା କର୍ମଚାରୀ ଆହତ ହୋଇଥିଲେ । ଏହାପରେ ବାରମ୍ବାର ପାକିସ୍ତାନ ପଟୁ ସୀମାରେ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ