Before Header

ଗୁଣୁପୁରରେ ଫୁଟିଲା ଗୁଳି, ଆଶା ସଂସ୍ଥାର ନିର୍ଦ୍ଦେଶକଙ୍କୁ ହତ୍ୟା

0 14

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ଗୁଣୁପୁରରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଆଶା ସଂସ୍ଥା ନିର୍ଦ୍ଦେଶକଙ୍କ ମୃତ୍ୟୁ । ମୃତଙ୍କ ଜଣଙ୍କ ହେଉଛନ୍ତି ଗୌରୀ ମିଶ୍ର । ଶନିବାର ରାତିରେ ଘରକୁ ଫେରୁଥିବାବେଳେ ଗୁଳିମାଡ଼ର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କିଏ କାହିଁକି ଗୁଳିମାଡ଼ କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଅଛି । ମିଳିଥିାବ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଂଶଧରା ନଦୀ ପୋଲ ଉପରେ ହୋଇଛି ଗୁଳିମାଡ଼ ।

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଶ ନିର୍ଦ୍ଦେଶକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣା ଅଞ୍ଚଳରେ ପ୍ରଥମ ଥର ଘଟିଥିବାରୁ ସାଧାରଣରେ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.