Masthead

ବଡ଼ ଖବର ପକ୍ଷରୁ ପ୍ରୟାସ, କୁନି ପିଲାଙ୍କ ମୁହଁରେ ହସ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ପବିତ୍ର ଦୀପାବଳିକୁ କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ବାଣଫୁଟା ଉପରେ ଲାଗିଛି ସରକାରୀ ଅଙ୍କୁଶ । ବାୟୁ ପ୍ରଦୂଷଣ ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ବାଣଫୁଟା ଉପରେ ଜାରି କରାଯାଇଛି କଟକଣା । କରୋନା ତୃତୀୟ ଲହରରେ ଶିଶୁ ସଂକ୍ରମଣ ଆଶଙ୍କା ରହୁଥିବାରୁ ଏହାକୁ ଦୃଷ୍ଟି ରଖି ବଡ଼ ଖବର ପକ୍ଷରୁ କରାଯାଇଛି ନୂତନ ପ୍ରୟାସ । ବାଣ ନୁହେଁ, କୁନି ପିଲାଙ୍କ ମୁହଁରେ ହସଫୁଟାଇବା ଲକ୍ଷ୍ୟ ରଖି ଅଭିନବ ପ୍ରୟାସ କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା ଠାରେ ‘ବଡ଼ ଖବର’ ପରିବାର ପକ୍ଷରୁ କୋଇଡା ବ୍ଲକ୍ ପ୍ରତିନିଧି ରାକେଶ ମହାନ୍ତି ଏବଂ ଟେନସା ଗ୍ରାମ ପଞ୍ଚାୟତ ସରପଞ୍ଚ ଅନିତା ପୂର୍ତ୍ତି , ବରିଷ୍ଠ ନାଗରିକ ଅକ୍ଷୟ ମହାନ୍ତି , ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଜି ଟେନସାର ବିଭିନ୍ନ ବସ୍ତି ଅଞ୍ଚଳରେ ବାଣ ବଦଳରେ କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଲଡୁ ବଣ୍ଟନ କରିଥିଲେ ।

‘ବଡ଼ ଖବର’ ପରିବାର ତରଫରୁ କୁନି ମୁହଁରେ ହସ ଫୁଟାଇବା ପ୍ରାୟାସକୁ ଲୋକେ ସମର୍ଥନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏଭଳି ପ୍ରୟାସର ଭୁରି ଭୁରି ପ୍ରଂଶସା କରିଥିଲେ । ବାଣଫୁଟାରୁ କୁନି କୁନି ପିଲାଙ୍କୁ ନିବୃତ ରଖିବା ଦିଗରେ ଏହି ପ୍ର୍ରୟାସ ବେଶ ସଫଳ ହୋଇଥିବା ଦେଖାଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ