Masthead

ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମୁଣ୍ଡରେ ଝୁଲୁଛି ଅଦାଲତଙ୍କ ଖଣ୍ଡା । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲୁଛି । ଏନଡିଏ ସରକାର ସମୟରେ କୋଇଲା ବ୍ଲକ୍ ଆକଣ୍ଟନ ଦୁର୍ନୀତି ତଦନ୍ତ କରୁଥିଲା ସିବିଆଇ । ଝାଡଖଣ୍ଡର କୋଇଲା ବ୍ଲକ୍ ଦୁର୍ନୀତିରେ ସିବିଆଇ ଦିଲ୍ଲୀପ ରାୟଙ୍କ ସମେତ ୪ଜଣଙ୍କ ବିରୋଧରେ ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ କରିଥିଲା । କୋର୍ଟ ଦିଲ୍ଲୀପ ଓ ଅନ୍ୟ ତିନିଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି । କିନ୍ତୁ ଦଣ୍ଡ ଶୁଣାଣି ହୋଇନଥିଲା । ଆଜି ଥିଲା ଦଣ୍ଡ ଶୁଣାଣିର ତାରିଖ । ମାତ୍ର ଏହାକୁ ଅଦାଲତ ଆସନ୍ତା ୨୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଅଳ୍ପଦିନ ହେଉପଛେ ଆଶ୍ୱସ୍ତ ହୋଇଛନ୍ତି ଦିଲ୍ଲୀପ ।

ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଅଶିଂଦାର ଥିଲା ବିଜେଡି । ଦିଲ୍ଲୀପ ରାୟ କେନ୍ଦ୍ରରେ ହୋଇଥିଲେ କୋଇଲା ମନ୍ତ୍ରୀ । ୧୯୯୯ ମସିହାରେ କୋଇଲା ଦୁର୍ନୀତି ପାଇଁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାସହ କୋଇଲା ମନ୍ତ୍ରାଳୟର ୩ ଜଣ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୨୬ ତାରିଖରେ ସମସ୍ତ ଦୋଷୀ ବ୍ୟକ୍ତିଗତ ଭାବେ ହାଜର ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭି-୧୯ ଗାଇଡ୍ ଲାଇନ୍ ପାଳନ କରିବାକୁ ଦୋଷୀମାନଙ୍କୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ