ପୁଣି ଜାମ୍ମୁରେ ଡ୍ରୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଡ୍ରୋନ ଜରିଆରେ ସୀମା ଭାରତର ଟିକିନିଖି ଖବର ରଖିବାକୁ ଆତଙ୍କବାଦୀ ଉଦ୍ୟମ ଜାରି ରଖିଛନ୍ତି। ସପ୍ତାହକ ମଧ୍ୟରେ ତିନି ଥର ଡ୍ରୋନ ଜରିଆରେ ପାକିସ୍ତାନ ପଟୁ ଗତିବିଧି ନଜର ରଖାଯାଉଥିବା ଦେଖିବାକୁ ମିଳିବା ପରେ ବୁଧବାର ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଦେଖିବାକୁ ମିଳିଛି। ଗୋଟିଏ କୁଞ୍ଜଓ୍ୱନିର ଏୟାର ଫୋର୍ସ ଷ୍ଟେସନ ସିଗନାଲ୍ ପାଖରେ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ସକାଳେ କାଲୁଚକର ମିରନ ସାହିବ ଓ କୁଞ୍ଜଓ୍ୱନି ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା।

ସବୁଠୁ ବଡ଼ କଥା ହେଲା ଏହି ଦୁଇଟି ଡ୍ରୋନ୍ ୮୦୦ ମିଟର ଉଚ୍ଚରେ ଉଡୁଥିଲେ ଏବଂ ଏୟାରଫୋର୍ସ ଷ୍ଟେସନରୁ ୭ ରୁ ୧୦ କିଲୋମିଟର ଦୂରରେ ଉଡୁଥିଲା। ତେବେ ସେନା ପକ୍ଷରୁ ଟାର୍ଗେଟ କରାଯିବାରୁ ଡ୍ରୋନ୍ ୨ଟି ଫେରି ଯାଇଛନ୍ତି। ଗତ ୪ ଦିନ ଭିତରେ ଜମ୍ମୁ ଆକାଶରେ ୭ଟି ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି । ଗତ ୨୭ ତାରିଖରେ ଜମ୍ମୁର ବିମାନବନ୍ଦର ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା ଏହାପୂର୍ବରୁ ସୋମବାର ରାତିରେ ମଧ୍ୟ କୁଞ୍ଜଓ୍ୱନି ଅଞ୍ଚଳରେ ଏକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ସୀମା ସାଶସ୍ତ୍ର ବଳ (ଏସସିବି) ଭାରତ-ନେପାଳ ସୀମା ଦେଇ ଚାଇନାରୁ ଚାଲାଣ ହେଉଥିବା ଆଠଟି ଡ୍ରୋନ କ୍ୟାମେରା ଜବତ କରିଛି। ନେପାଳରୁ ଚୋରା ଚାଲାଣ ହୋଇ ବିହାରକୁ ଡ୍ରୋନ କ୍ୟାମେରା ଅଣାଯାଉଛି ବୋଲି ଏସଏସବି ସୂଚନା ଦେଇଛି। ଜୁନ୍ ୨୬ରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ପୂର୍ବ ଚମ୍ପରନ ଅଞ୍ଚଳର ଏକ କାରରୁ ଆଠଟି ଡ୍ରୋନ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’