Masthead

୨୦୨୧ ଭୋଟର ଲିଷ୍ଟକୁ ଆଧାର କରି ଇଲକ୍ଟ୍ରୋଲ ରୋଲ ପ୍ରସ୍ତୁତ ହେବ: ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପଞ୍ଚୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀଙ୍କ ପତିକ୍ରିୟା । ଜିଲ୍ଲାପାଳମାନଙ୍କ ସହ ହୋଇଛି ଭିସିରେ ଆଲୋଚନା । ଚଳିତଥର ହେବ ସେଣ୍ଟ୍ରାଲ କାଉଟିଙ୍ଗ । ବ୍ଲକ ସ୍ତରରେ ଗଣତି ହେବ । ସେଠାରେ ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ କରିବା ଲାଗି ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଜାନୁଆରୀ ୨୦୨୧ ଭୋଟର ଲିଷ୍ଟକୁ ବେଶ କରି ଇଲକ୍ଟ୍ରୋଲ ରୋଲ ପ୍ରସ୍ତୁତ ହେବ । ୱାର୍ଡ, ପଞ୍ଚୟତରେ ଭୋଟର ଲିଷ୍ଟ ହେବ । ଏଥିପାଇଁ ଗାଇଡଲାଇନ ଜାରି କରିଛନ୍ତି ନିର୍ବାଚନ କମିଶନର । ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରିବେ ।

ଆସନ୍ତା ୨୬ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଅଧିକ ବେଲ୍ଟ ବକ୍ସର ଆବଶ୍ୟକ ପଡିବ । ଯେତିକି ବୁଥ ସେତିକି ବେଲ୍ଟ ବକ୍ସର ଆବଶ୍ୟକ ପଡିବ । ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ୍‌ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏଥି ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି ।

୧୫ ନଭେମ୍ବର ସୁଦ୍ଧା ଏ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ନିର୍ବାଚନ ଭୋଟଗଣତି ବ୍ଲକ୍‌ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟଗଣତି ସଂପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିଶନ ତରଫରୁ କୁହାଯାଇଛି । ଜିଲ୍ଲାପାଳମାନେ ବ୍ଲକ୍‌ ମୁଖ୍ୟାଳୟରେ ଭୋଟଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସି.ଡ଼ି (ଏକ୍ସଲ୍‌ ଫର୍ମାଟ୍‌) ଜରିଆରେ ପଠାଯାଇଛି ।

ଏହାକୁ ଆଧାର କରି ଜିଲ୍ଲା ସମୂହ (ଏକ୍ସେଲ ଫର୍ମାଟ)ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ବାଲାଟ ବକ୍ସ କଭର କିଣିବା ପାଇଁ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କାର୍ଯ୍ୟ ନଭେମ୍ବର ୩୦ ସୁଦ୍ଧା ଶେଷ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍