Before Header

ଓଡ଼ିଶା ଆସୁଛନ୍ତି ମହାମହିମ

0 19

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ବିମାନ ବନ୍ଦରରୁ ଓହ୍ଲାଇ ସ୍ୱତନ୍ତ୍ର କାରକେଡରେ ସିଧା ରାଜଭବନ ଯିବେ । ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ ।

ସେହିପରି ୨୬ରେ କଟକ ହାଇକୋର୍ଟ ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତି ଉତ୍ସବ ଓ ଏସସିବିର ବାର୍ଷିକ ଉତ୍ସବରେ ସାମିଲ ହେବେ । ୨୭ରେ ତମାଣ୍ଡୋର ଦଶବାଟିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚନା ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.