Masthead

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ୭୦ ରୁ ଉର୍ଦ୍ଧ ମୃତ

(ବଡ଼ ଖବର ବ୍ୟୁରୋ):  ଗତ ୩ ଦିନ ଧରି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହବା ଫଳରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ଟପିଯାଇଛି । ୧୧ ଜଣ ଏବେ ବି ନିଖୋଜ ଅଛନ୍ତି । ରାଜ୍ୟରେ ୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି । ସବୁଠୁ ଖରାପ ପ୍ରଭାବିତ ହୋଇଥିବା କୁମାଓଁରେ ଏଯାବତ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

କୁମାଓଁ ଅଞ୍ଚଳରେ ମୋଟ୍‌ ୨୪ ଘ‌ରୋଇ ଟ୍ରେକରଙ୍କ ସମେତ ୬୦ ଜଣ ନିଖୋଜ ହୋଇଯାଇଥିଲେ । ଏମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଏବଂ ୩୦ ଜଣ ସ୍ଥାନୀୟ ଗ୍ରାମବାସୀ ଥିଲେ। ଏବେ ସୁନ୍ଧା ୪ ‌‌ଟ୍ରେକରଙ୍କ ମୃତ୍ୟୁ ‌ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ନୈନିତାଲରେ ସର୍ବାଧିକ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଲ୍‌ମୋରାରେ ୬, ଚମ୍ପାୱତରେ ୮, ଉଧମ ସିଂହ ନଗରରେ ୨ ଜଣଙ୍କର ଏବଂ ବାଗେଶ୍ବରରେ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ, ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ବରଫପାତ ଯୋଗୁଁ ଆଜି ୩ଟି ପୃଥକ୍‌ ସ୍ଥାନରେ ୧୦ ଟ୍ରେକର୍‌ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଆଇଟିବିପିର ପୋର୍ଟର ଅଛନ୍ତି। ସେମାନେ ଉତ୍ତରକାଶୀ ଜିଲ୍ଲାର ଭାରତ-ଚୀନ୍‌ ସୀମାରେ ମୁତୟନ ହୋଇଥିଲେ। ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣ ନିଖୋଜ ଥିବା ଜଣାପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଧାମୀ ଗତକାଲି ଆକାଶ ମାର୍ଗରୁ ଉତ୍ତରାଖଣ୍ଡର ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି