Masthead

ନରମିଲା ୟୁରୋପୀୟ ରାଷ୍ଟ୍ରସଂଘ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ନରମିଲା ୟୁରୋପୀୟ ରାଷ୍ଟ୍ରସଂଘ । ଭାରତର ଧମକ ପରେ ନରମିଲା ୟୁରୋପୀୟ ରାଷ୍ଟ୍ରସଂଘ। ବିଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଗ୍ରହଣ କରାନଗଲେ ଭାରତ ଆସୁଥିବା ନାଗରିକମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ଏଭଳି ଧମକ ଦେଇଥିଲା ଭାରତ । ଭାରତରେ ତିଆରି ଟିକାକୁ ଗ୍ରହଣ କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଅନିଚ୍ଛୁକ ଥିବା ବେଳେ, ଯେସାକୁ ତେସା ନୀତି ଆପଣାଇଥିଲା ଭାରତ। ଭାକ୍ସିନେସନ ପାସପୋର୍ଟ କ୍ଷେତ୍ରରେ ଭାରତୀୟ ଟିକାକୁ ବ୍ୟବହାର କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଚାହୁଁନ ଥିଲେ । ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲା ଭାରତ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇ ଥିଲା ଯଦି ୟୁରୋପୀୟ ରାଷ୍ଟ୍ରସଂଘ କୋଭାକ୍ସିନ ଓ କୋଭିସିଲ୍ଡ ଗ୍ରହଣ କରିବେ ନାହିଁ ତେବେ ସେଠାରୁ ଭାରତ ଆସୁଥିବା ନାଗରିକଙ୍କ ଲାଗି କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହେବ। ଡିଜିଟାଲ କୋଭିଡ ସାର୍ଟିଫିକେଟରେ କୋଭିସିଲ୍ଡ ଓ କୋଭାକ୍ସିନ ନେଇ ନିଶ୍ଚିତ ସୂଚନା ରହିବା ଜରୁରୀ ବୋଲି ୟୁରୋପୀୟ ରାଷ୍ଟ୍ରସଂଘକୁ କହିଥିଲା ଭାରତ । ତେବେ ୟୁରୋପିଆନ ମେଡିସିନସ ଏଜେନ୍ସ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଟିକାକୁ ହିଁ ୟୁରୋପୀୟ ରାଷ୍ଟ୍ରସଂଘ ଗ୍ରହଣ କରୁଛି।

ସେଗୁଡିକ ହେଲା ଫାଇଜର, ମଡର୍ଣ୍ଣା, ଆଷ୍ଟ୍ରାଜେନକା ଓ ଜନସନ। ମାତ୍ର ଆଷ୍ଟ୍ରାଜେନକାର ଭାରତୀୟ ଭର୍ସନ କୋଭିସିଲ୍ଡକୁ ୟୁରୋପୀୟ ରାଷ୍ଟ୍ରସଂଘ ପକ୍ଷରୁ ଅନୁମତି ଦିଆଯାଇନଥିଲା। ସେପଟେ ଭାରତ ସ୍ଥିତ ୟୁରୋପୀୟ ରାଷ୍ଟ୍ରସଂଘ ରାଷ୍ଟ୍ରଦୂତ ୟୁଗୋ ଅଷ୍ଟୁଟୋ କହିଥିଲେ ଏନେଇ ପଦକ୍ଷେପ ନିଆଯିବ। ଭାରତର ଧମକ ପରେ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ପକ୍ଷରୁ କୋଭିସିଲ୍ଡକୁ ଅନୁମତି ଦିଆଯାଇଛି । ୟୁରୋପୀୟ ସଂଘର ୭ଟି ଦେଶ ପକ୍ଷରୁ କୋଭିସିଲ୍ଡକୁ ଅନୁମତି ମିଳିଛି । ଅଷ୍ଟ୍ରିଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ସ୍ପେନ କୋଭିସିଲ୍ଡକୁ ଅନୁମତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ