Masthead

ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟ ଫୋନ୍

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ଘୋଷଣା ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟ ଫୋନ୍ । ୟୁପି ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ନିର୍ବାଚନ ହାତେଇବାକୁ ଗୋଟେ ପରେ ଗୋଟେ ପ୍ରତିଶ୍ରୁତିର ଥୋପ ଦେଖାଉଛି କଂଗ୍ରେସ । ମହିଳାମାନଙ୍କ ଠାରୁ ଛାତ୍ରୀମାନଙ୍କ ପର୍ୟ୍ୟନ୍ତ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବୋଲି ଘୋଷଣା କରିଥିଲା । ଦେଶର ଭବିଷ୍ୟତର ପରିବର୍ତ୍ତନ ପାଇଁ ଚାହୁଁଥିବା ସମସ୍ତ ମହିଳା ଆଗକୁ ଆସି ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି ।

ୟୁପିର ନେତୃତ୍ୱ ନେବାକୁ ଚାହୁଁଥିବା ମହିଳାମାନେ ନଭେମ୍ବର ୧୫ ଭିତରେ ଆବେଦନ କରିବାକୁ ମଙ୍ଗଳବାର କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆହ୍ୱାନ ଦେଇଛନ୍ତି । ନିର୍ବାଚନ ଜିତିଲେ ଦ୍ୱାଦଶ ପାସ୍ କରିଥିବା ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ସ୍ନାତକ ପାସ୍ କରିଥିବା ଛାତ୍ରୀମନେଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦେବେ ବୋଲି ସେ ବଡ଼ ଘୋଷଣା କରିଛନ୍ତି । ଗୁରୁବାର ଏନେଇ ନିଜ ଟୁଇଟ୍ କରି ଘୋଷଣା କରିଛନ୍ତି । ମୁଁ କେତକ ଛାତ୍ରୀଙ୍କୁ ଭେଟିଛି ସେମାନଙ୍କ ଅଭାବ ଅସୁବିଧାେ, ଘରୁ କଲେଜ୍ ଯିବା ପାଇଁ ହେଉଥିବା ସମସ୍ୟା ବିଷୟରେ ପଚାରି ବୁଝିବା ପରେ ଏଭଳି ନିଷ୍ୱତ୍ତି ନେଇଥିବା କଥା କହିଛନ୍ତି । ମହିଳାମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି କହିବା ସହ ମହିଳାମାନଙ୍କ ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷେ ପ୍ରିୟଙ୍କାର ଏଭଳି ନୂଆ ନୂଆ ଘୋଷଣା ମାଧ୍ୟମରେ ମହିଳାମାନଙ୍କୁ ସୁବିିଧା ସୁଯୋଗ ଯୋଗେଇ ଦେବା ଆଳରେ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!