Before Header

ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0 26

କୋରେଇ (ବଡ଼ ଖବର ବ୍ୟୁରୋ): ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥ ସୋତି ନିକଟରୁ ଦୁଇଟି ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ। ଆଜି ସକାଳୁ ସ୍ଥାନୀୟଲୋକେ କୌଣସି କାର୍ଯ୍ୟରେ ସୋତି ଆଡେ ଆସୁଥିଲେ। ସେଠାରେ ଦୁଇଟି ମୃତ୍ୟୁ ଦେହ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ। ତେବେ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଂଚି ମୃତ୍ୟୁ ଦେହ ଉଦ୍ଧାର କରିଛି ।

ମୃତଦେହ ପଡିଥିବା କିଛି ଦୂରରେ ବାଇକ ପଡିଥିବା ଦେଖିବାକୁ ମିଳିଛି। ତେବେ ମୃତଦେହ ପଡିବାର ସ୍ଥିତିକୁ ଦେଖି ହତ୍ୟା ସନ୍ଦେହ କରାଯାଉଛି । ଯୁବକ ଦୁଇ ଜଣଙ୍କର ପରିଚିୟ ମିଳିପାରି ନଥିବାବେଳେ ଆନୁମାନିକ ବୟସ ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡୁଛି। ପୋଲିସ ଉଭୟ ମୃତଦେହକୁ ଯାଜପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.