Masthead

୧୨ ହଜାର ଟଙ୍କା ପାଇଁ ବନ୍ଧାହେଲେ ସରକାରୀ ବାବୁ

ରାଉରକେଲା(ବଡ଼ ଖବର ବ୍ୟୁରୋ): ୧୨ ହଜାର ଟଙ୍କାର ସରକାରୀ ଜିନିଷ ହଡପ କରି ଧରାପଡିଲେ ସରକାରୀ ବାବୁ । ସରକାରୀ ଜିନିଷ ହଡପ କରି ଘରକୁ ନେଉଥିବା ବେଳେ ଧରା ପଡି ବନ୍ଧା ହେଲେ ସରକାରୀ ବାବୁ । ସୁନ୍ଦରଗଡ ଲେପ୍ରିପଡ ବ୍ଲକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୈାରାଙ୍ଗ ପ୍ରଧାନଙ୍କୁ ଗତକାଲି ରାତିଠାରୁ ସୁନ୍ଦରଗଡ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁସାରେ ଚାଷୀଙ୍କ ପାଇଁ ଆସୁଥିବା ତାର ବାଡ ହଡପ କରିବା ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ସୁନ୍ଦରଗଡ ଲେପ୍ରିପଡ ବ୍ଲକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୌରାଙ୍ଗ ପ୍ରଧାନ ଗତକାଲି ରାତିରେ ସଦର ଥାନା କରମଡିହିରୁ ତାରା ନାମକ ଘରୋଇ ବସରେ ଚାଷୀଙ୍କ ପାଇଁ ଆସିଥିବା ତାର ବାଡକୁ ଲୋଡ କରି ନିଜ ଗାଁ ନୂଆପଡାକୁ ନେଉଥିଲେ । ତେବେ ଖବର ପାଇଁ ସୁନ୍ଦରଗଡ ଟାଉନ ପୋଲିସ ଗୌରାଙ୍ଗକୁ ସୁନ୍ଦରଗଡ ସହରରେ ଧରିପକାଇଛନ୍ତି । ବସରୁ ୬ ବଣ୍ଡଲ ତାର ବାଡ ପୋଲିସ ଜବତ କରିବା ସହ ସରକାରୀ ବାବୁ ଗୋରାଙ୍ଗ ପ୍ରଧାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା