Before Header

ମାତ୍ର ୪୫ ମିନିଟରେ ଲୁଟେରାଙ୍କୁ କାବୁ କଲା ପୁଲିସ

0 55

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଠଗଡ଼ରୁ ଲୁଟ ହେଲା, ଢେଙ୍କାନାଳରୁ ଲୁଟେରାଙ୍କୁ ଧରିଲା ପୁଲିସ । ମାତ୍ର ୪୫ ମିନିଟରେ ଲୁଟେରାଙ୍କୁ କାବୁ କଲା ପୁଲିସ । ଢେଙ୍କାନାଳ ଓ ଆଠଗଡ଼ ପୁଲିସକୁ ପ୍ରଶଂସା କଲେ ପୁଲିସ ଡିଜି । ଲୁଟର ମାତ୍ର ୪୫ ମିନିଟ ମଧ୍ୟରେ ପୁଲିସ ଦୁର୍ବୃତ୍ତଙ୍କୁ ଧରିଥିବା କହିଲେ ଡିଜିପି । ତେବେ ୩ ଦୁର୍ବୃତ୍ତଙ୍କୁ ପୁଲିସ କାବୁ କରିଥିବାର ସୂଚନା ମିଳିଛି । ଆଉ ଜଣେ ୨୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବାର ସୂଚନା ମିଳିଛି ।

ଉଭୟ ଢେଙ୍କାନାଳ ଓ ଆଠଗଡ଼ଙ୍କ ପୁଲିସ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଏହି ସଫଳତା ମିଳିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ସେପଟେ ରେଜିଂ ଆଇଜି, ଉଭୟ ଏସପି ଓ ଅନ୍ୟ ପୁଲିସ ଅଫିସରକଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଏଟିଏମ ଭ୍ୟାନ ଡ୍ରାଇଭର ଓ ଗାର୍ଡଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।

 

Leave A Reply

Your email address will not be published.