Masthead

ଏ ଦୁଃଖ ଅସହ୍ୟ: ବାପା କହିଲେ, କିଛି ସମୟରେ ମୋ ପୁଅର ମୃତ୍ୟୁ ହେବ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): କରୋନା ପ୍ରତିଦିନ ଅନେକ ଜୀବନ ନେଉଛି । ଅନେକଙ୍କ ଘର ଅନ୍ଧାର ହୋଇଯାଉଛି । କେଉଁ ଦିନ କାହା ପାଳି ପଡ଼ିବ କହିବା କଷ୍ଟକର । ବିଶେଷକରି, ଯୁବ ବୟସର ଲୋକଙ୍କ ମୃତ୍ୟୁ ଖବର ଅସହ୍ୟ ହେଉଛି । କରୋନା ଜୀବନ ନେବା ବେଳେ ଧନୀ-ଗରିବ ଦେଖୁ ନାହିଁ । ଆଜି ଚର୍ଚ୍ଚିତ ଯୁବ ଚେହେରା ସମ୍ବିତ ନନ୍ଦଙ୍କ ଦେହାନ୍ତ ହୋଇଛି । ସମ୍ବିତ ହେଉଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ । ସେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ଵାସ୍ଥ୍ୟ ସୁଧୁରୁଥିବାର ଖବର ଆସିଥିଲା, କିନ୍ତୁ ଆଜି ସକାଳୁ ଏହା ଜଟିଳ ରୂପ ନେଇଥିଲା । ଫୁସଫୁସ ସଂକ୍ରମଣ ପାଇଁ ତୁରନ୍ତ ଇସିଏମଓ ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା । ହେଲେ ଏହା ସେହି ଘରୋଇ ହସ୍ପିଟାଲରେ ଉପଲବ୍ଧ ନ ଥିଲା । ସଂକଟାପନ୍ନ ଅବସ୍ଥାରେ ସମ୍ବିତଙ୍କୁ ସ୍ଥାନାନ୍ତର କରିବା ମଧ୍ୟ ସମ୍ଭବ ନ ଥିଲା ।

ସାହାଯ୍ୟ ପାଇଁ ଟ୍ବିଟ କରି ସମସ୍ତଙ୍କୁ ନିବେଦନ କଲେ ନବୀନ । ହେଲେ କେଉଁଠୁ କିଛି ବି ସାହାଯ୍ୟ ମିଳିଲା ନାହିଁ । ଏପଟେ ସମ୍ବିତଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା । ବଞ୍ଚାଇବାର କିଛି ବି ଉପାୟ ନ ଥିଲା । ଡାକ୍ତରମାନେ ବି ହାତ ଟେକିଦେଇଥିଲେ । ସମ୍ବିତଙ୍କୁ ଭଲ କରିବା ଆଉ ସମ୍ଭବ ନୁହେଁ ବୋଲି ଜଣାଇ ଦେଇଥିଲେ । ଏଭଳି ଅବସ୍ଥାକୁ ଜଣେ ବାପା କିଭଳି ବା ସହିଥାନ୍ତେ । ନିରପୁାୟ ହୋଇ ଜଣେ ବାପା ଯାହା ଲେଖିଥିଲେ, ତାହା ସମସ୍ତଙ୍କୁ ବିଚଳିତ କରିଦେବ । ପୁଅକୁ ବଞ୍ଚାଇବାରେ ଅସମର୍ଥ ହୋଇ ବାପା ନବୀନ ନନ୍ଦ ଅସହାୟ ଅବସ୍ଥାରେ ଲେଖିଥିଲେ, ମୋ ପୁଅ ଖୁବଶୀଘ୍ର ମରିବାକୁ ଯାଉଛନ୍ତି । ଇସିଏମଓ ଚିକିତ୍ସା ଅଭାବରୁ ସମ୍ବିତଙ୍କ ମୃତ୍ୟୁ ହେବାକୁ ଯାଉଛି । ଏଠାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ, ଦୟାକରି ଇସିଏମଓ ଚିକିତ୍ସା ସୁବିଧା ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ କରାଯାଉ । ମୁଁ ମୋ ପୁଅକୁ ହରାଇବାକୁ ଯାଉଛି, କିନ୍ତୁ ଓଡ଼ିଶାବାସୀଙ୍କୁ ଏହି ମହାମାରୀ ସମୟରେ ଉନ୍ନତ ଚିକିତ୍ସା ସେବା ମିଳୁ । ଏହି ଟ୍ବିଟର କିଛି ସମୟ ମଧ୍ୟରେ ସମ୍ବିତଙ୍କ ଦେହାନ୍ତର ଖବର ଆସିଥିଲା ।

ଜଣେ ଯୁବ ସମାଜସେବୀ, ମେଳାପୀ, ପରୋପକାରୀ ମଣିଷ ଭାବେ ସମ୍ବିତ ନନ୍ଦଙ୍କ ପରିଚୟ ରହିଥିଲା । ଢେଙ୍କାନାଳ ଅଞ୍ଚଳରେ ସେ ବେଶ୍ ଲୋକପ୍ରିୟ ଥିଲେ । ହସ୍ପିଟାଲରେ ଥାଇ ସେ ଗତ ମାତୃ ଦିବସ ଅବସରରେ ଫେସବୁକରେ ତାଙ୍କ ମା’ଙ୍କ ଫଟୋ ସେୟାର କରିଥିଲେ, ଏବଂ ଲେଖିଥିଲେ ମମି ମୋତେ ଏଠାରୁ ଜଲଦି ବାହାର କରନ୍ତୁ । ସେ କିନ୍ତୁ ଆଉ ଫେରି ପାରି ନାହାନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ