Before Header

ରାଜ୍ୟ ମୃତ୍ୟୁ ସଂଖ୍ୟାରେ ନୂଆ ରେକର୍ଡ

0 90

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ମୃତ୍ୟୁ ସଂଖ୍ୟାରେ ନୂଆ ରେକର୍ଡ । ୨୪ ଘଣ୍ଟାରେ ସର୍ବାଧିକ ୨୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୪, ଅନୁଗୁଳ ଓ କେନ୍ଦ୍ରାପଡାରୁ ୩, ରାୟଗଡ଼ା, ପୁରୀ, ନବରଙ୍ଗପୁରରୁ ୨, ଗଜପତି, ଗଞ୍ଜାମ, ନୂଆପଡ଼ା ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରୁ ୩୪୦ ଜଣ, ଜଗତସିଂହପୁରରୁ ୩୦୦ ଜଣ, ଯାଜପୁରରୁ ୩୩୭ ଜଣ, ଝାରସୁଗୁଡାରୁ ୩୯୯ ଜଣ, କଳାହାଣ୍ଡିରୁ ୬୬୮ ଜଣ, କନ୍ଧମାଳରୁ ୧୦୪ ଜଣ, କେନ୍ଦ୍ରାପଡାରୁ ୨୮୫ ଜଣ, କେଉଁଝରରୁ ୧୮୦ ଜଣ, ଖୋର୍ଦ୍ଧାରୁ ୧୯୦୯ ଜଣ, କୋରାପୁଟରୁ ୨୭୨ ଜଣ, ମାଲକାନଗିରିରୁ ୧୧୪ ଜଣ, ମୟୁରଭଞ୍ଜରୁ ୫୮୬ ଜଣ, ନବରଙ୍ଗପୁରରୁ ୩୪୪ ଜଣ, ନୟାଗଡ଼ରୁ ୩୩୧ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୪୭୨ ଜଣ, ରାୟଗଡାରୁ ୧୯୮ ଜଣ, ସମ୍ୱଲପୁରରୁ ୩୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୋନପୁରରୁ ୫୫ ଜଣ, ସୁନ୍ଦରଗଡାରୁ ୮୪୮ ଜଣ, ଷ୍ଟେଟ ପୋଲରୁ ୩୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ୧ କୋଟି ୧୩ ଲକ୍ଷ ୮ ହଜାର ୫୬୪ ଟେଷ୍ଟିଙ୍ଗ ହୋଇସାରିଛି। ତେବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ୯୨ହଜାର ୩୮୨ରେ ପହଂଚିଛି। ସୁସ୍ଥ ହେଲେଣି ୫ଲକ୍ଷ ୭୭ହଜାର ୯୮୩ଜଣ। ଆକ୍ଟିଭ କେସ୍ ରହିଛି ୧ଲକ୍ଷ ୧୧ହଜାର ୮୬୨।

Leave A Reply

Your email address will not be published.