Masthead

ରକ୍ଷକ ସାଜିଛନ୍ତି ଭକ୍ଷକ

ପାପଡ଼ାହାଣ୍ଡି(ବଡ଼ ଖବର ବ୍ୟୁରୋ): ରକ୍ଷକ ସାଜିଛନ୍ତି ଭକ୍ଷକ । ବନାଞ୍ଚଳ ବିଭାଗର ବ୍ୟାପକ ଦୁର୍ନୀତିର ହୋଇଛି ପର୍ଦ୍ଦାଫାଶ । ବନବିଭାଗର ସରକାରୀ ବାବୁମାନେ ଆଇନକୁ ହାତରେ ନେଇ ଠକୁଛନ୍ତି ନୀରିହ ଆଦିବାସୀଙ୍କୁ । କାର୍ଯ୍ୟ ନକରି ଆତ୍ମସାତ କଲେ ଲକ୍ଷ ଲକ୍ଷ ଟଙ୍କା । ବିଭାଗର ଅଧିକାରୀଙ୍କ ଜାଣତରେ ଘଟିଛି ଏହି ଘଟଣା । ଏହି ପ୍ରକାର ଆଇନ ବିରୋଧୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ବିଭାଗର ଅନ୍ତର୍ଗତ ହାତିବେଡା ପଞ୍ଚାୟତର ବଡ଼ପାଞ୍ଜିଆରୀଗୁଡା ଗ୍ରାମରେ । ଏହି ଗ୍ରାମରେ ଗତ ୨୦୨୦-୨୧ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ , ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ର କାର୍ୟ୍ୟ ହାତକୁ ନେଇ କାର୍ୟ୍ୟ କରିଛନ୍ତି ହେଲେ ଏହି କାର୍ୟ୍ୟର ୫୦ ଶତାଂଶ କାର୍ୟ୍ୟ ମେସିନ ମାଧ୍ୟମରେ ହୋଇଛି । ବାକି ୫୦ ଶତାଂଶ କାର୍ୟ୍ୟ କରିଛନ୍ତି ଉକ୍ତ ଗ୍ରାମର ନିରୀହ ଖଟିଖିଆ ଆଦିବାସୀ । ସରକାରଙ୍କ ନିୟମ ଅନୁସାରେ ଏହି ଟଙ୍କା ୧୫ ଦିନ ମଧ୍ୟରେ ପାଇବା କଥା ହେଲେ ଆଜିକୁ ପ୍ରାୟ ସାତ ମାସ ହେଲା ଏହି ଗରିବ ଖଟିଖିଆ ବ୍ୟକ୍ତିମାନେ ପାଇନାହାନ୍ତି ନିଜର ପାରିଶ୍ରମିକ ଟଙ୍କା । ଉପାୟ ଶୂନ୍ୟ ହୋଇ ଅଭାବ ଅନଟନ ମଧ୍ୟରେ ଘରେ ବସିଛନ୍ତି ।

ଅନ୍ୟ ପଟେ ୨୦୨୦-୨୧ ମସିହାରେ ଉକ୍ତ ଗ୍ରାମରେ ଏକ ପୋଖରୀ ଖନନ ପାଇଁ ନଅ ୯,୨୦,୦୦୦/ ଟଙ୍କା ମଞ୍ଜୁର ହୋଇଛି ହେଲେ କାର୍ୟ୍ୟ ପାଶ୍ୱର୍ରେ ନା ଅଛି ଫଳକ ନା ଅଛି ପୋଖରୀ ର ଚିହ୍ନ ବର୍ଣ୍ଣ । ଆଉ କାର୍ଯ୍ୟ ନ ହୋଇ ୧,୦୬,୮୧୨ / ଟଙ୍କା ବ୍ୟାଙ୍କରୁ ଉଠାଯାଇଛି । ଏହି ଘଟଣା ସମ୍ପର୍କରେ ଆମେ ପହଞ୍ଚି ଥିଲୁ ଡାବୁଗାଁ ବନ୍ୟାଞ୍ଚଳ ଅଧିକାରୀ ସେତୁ ରଞ୍ଜଣୀ ଗମାଙ୍ଗଙ୍କ ପାଖରେ । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଖିବା ମାତ୍ର ବିରକ୍ତ ହେବା ସହିତ କେମେରା ଆଗରେ କିଛି କହିବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି । କାମ ନହୋଇ ସରକାରୀ ବାବୁ ମାନେ ଉଠାଉଛନ୍ତି ଟଙ୍କା । ସେପଟେ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କୁ ବି ଟଙ୍କା ମିଳିନି । ତେବେ ପ୍ରଶାସନ ଏଦିଗରେ କେବେ ଦୃଷ୍ଟି ଦେବ ତା’ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି