Masthead

ରକ୍ଷକ ସାଜିଛନ୍ତି ଭକ୍ଷକ

ପାପଡ଼ାହାଣ୍ଡି(ବଡ଼ ଖବର ବ୍ୟୁରୋ): ରକ୍ଷକ ସାଜିଛନ୍ତି ଭକ୍ଷକ । ବନାଞ୍ଚଳ ବିଭାଗର ବ୍ୟାପକ ଦୁର୍ନୀତିର ହୋଇଛି ପର୍ଦ୍ଦାଫାଶ । ବନବିଭାଗର ସରକାରୀ ବାବୁମାନେ ଆଇନକୁ ହାତରେ ନେଇ ଠକୁଛନ୍ତି ନୀରିହ ଆଦିବାସୀଙ୍କୁ । କାର୍ଯ୍ୟ ନକରି ଆତ୍ମସାତ କଲେ ଲକ୍ଷ ଲକ୍ଷ ଟଙ୍କା । ବିଭାଗର ଅଧିକାରୀଙ୍କ ଜାଣତରେ ଘଟିଛି ଏହି ଘଟଣା । ଏହି ପ୍ରକାର ଆଇନ ବିରୋଧୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ବିଭାଗର ଅନ୍ତର୍ଗତ ହାତିବେଡା ପଞ୍ଚାୟତର ବଡ଼ପାଞ୍ଜିଆରୀଗୁଡା ଗ୍ରାମରେ । ଏହି ଗ୍ରାମରେ ଗତ ୨୦୨୦-୨୧ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ , ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ର କାର୍ୟ୍ୟ ହାତକୁ ନେଇ କାର୍ୟ୍ୟ କରିଛନ୍ତି ହେଲେ ଏହି କାର୍ୟ୍ୟର ୫୦ ଶତାଂଶ କାର୍ୟ୍ୟ ମେସିନ ମାଧ୍ୟମରେ ହୋଇଛି । ବାକି ୫୦ ଶତାଂଶ କାର୍ୟ୍ୟ କରିଛନ୍ତି ଉକ୍ତ ଗ୍ରାମର ନିରୀହ ଖଟିଖିଆ ଆଦିବାସୀ । ସରକାରଙ୍କ ନିୟମ ଅନୁସାରେ ଏହି ଟଙ୍କା ୧୫ ଦିନ ମଧ୍ୟରେ ପାଇବା କଥା ହେଲେ ଆଜିକୁ ପ୍ରାୟ ସାତ ମାସ ହେଲା ଏହି ଗରିବ ଖଟିଖିଆ ବ୍ୟକ୍ତିମାନେ ପାଇନାହାନ୍ତି ନିଜର ପାରିଶ୍ରମିକ ଟଙ୍କା । ଉପାୟ ଶୂନ୍ୟ ହୋଇ ଅଭାବ ଅନଟନ ମଧ୍ୟରେ ଘରେ ବସିଛନ୍ତି ।

ଅନ୍ୟ ପଟେ ୨୦୨୦-୨୧ ମସିହାରେ ଉକ୍ତ ଗ୍ରାମରେ ଏକ ପୋଖରୀ ଖନନ ପାଇଁ ନଅ ୯,୨୦,୦୦୦/ ଟଙ୍କା ମଞ୍ଜୁର ହୋଇଛି ହେଲେ କାର୍ୟ୍ୟ ପାଶ୍ୱର୍ରେ ନା ଅଛି ଫଳକ ନା ଅଛି ପୋଖରୀ ର ଚିହ୍ନ ବର୍ଣ୍ଣ । ଆଉ କାର୍ଯ୍ୟ ନ ହୋଇ ୧,୦୬,୮୧୨ / ଟଙ୍କା ବ୍ୟାଙ୍କରୁ ଉଠାଯାଇଛି । ଏହି ଘଟଣା ସମ୍ପର୍କରେ ଆମେ ପହଞ୍ଚି ଥିଲୁ ଡାବୁଗାଁ ବନ୍ୟାଞ୍ଚଳ ଅଧିକାରୀ ସେତୁ ରଞ୍ଜଣୀ ଗମାଙ୍ଗଙ୍କ ପାଖରେ । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଖିବା ମାତ୍ର ବିରକ୍ତ ହେବା ସହିତ କେମେରା ଆଗରେ କିଛି କହିବେ ନାହିଁ ବୋଲି ସିଧାସଳଖ ମନା କରିଛନ୍ତି । କାମ ନହୋଇ ସରକାରୀ ବାବୁ ମାନେ ଉଠାଉଛନ୍ତି ଟଙ୍କା । ସେପଟେ କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କୁ ବି ଟଙ୍କା ମିଳିନି । ତେବେ ପ୍ରଶାସନ ଏଦିଗରେ କେବେ ଦୃଷ୍ଟି ଦେବ ତା’ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ