Before Header

ଆଫଗାନରେ ନିର୍ବାଚନ ପାଇଁ ଦାବି କଲେ ଇରାନ ରାଷ୍ଟ୍ରପତି

0 69

କାବୁଲ(ବଡ଼ ଖବର ବ୍ୟୁରୋ):  ଆଫଗାନୀସ୍ତାନକୁ ଜବରଦଖଲ କରିବା ପରେ ତାଲିବାନ ଏବେ ସେଠାରେ ସରକାର ଗଠନ କରିବାକୁ ବିଳମ୍ବ କରୁଛି । ସରକାର ଗଢିବା ନେଇ ଆଗୁଆ ଘୋଷଣା କରିଥିଲା ତାଲିବାନ । ହେଲେ ଏବେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଇରାନର ରାଷ୍ଟ୍ରପତି ଆଫଗାନରେ ନିର୍ବାଚନ କରିବା ନେଇ ଦାବି କରିଛନ୍ତି । ନିର୍ବାଚନର ତାରିଖ ଘୋଷଣା କରିବା ନେଇ ତାଲିବାନକୁ ନିର୍ଦ୍ଦେଶ ଦେଇଛି । ଶନିବାର ଏକ ସରକାରୀ ନ୍ୟୁଜ ଚ୍ୟାନଲରେ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଆମେ ଆଉ ରକ୍ତପାତ ଦେଖିପାରିବୁ ନାହିଁ । ଏ ନେଇ ସେଠାରେ ନିର୍ବାଚନ ହେବା ଆବଶ୍ୟକ । ଫଳରେ ଦେଶରେ ଆଉ ବିଶୃଙ୍ଖଳା ଓ ଅରାଜକତା ଦେଖାଦେବ ନାହିଁ ।

Leave A Reply

Your email address will not be published.