Masthead

ଛୁରୀ ଭୁସିଦେଲା ଗଞ୍ଜା

ହାଇଦ୍ରାବାଦ(ବଡ଼ ଖବର): ଗଞ୍ଜା ନେଲା ମାଲିକ ଜୀବନ। ଯାହାଫଳରେ ଏବେ ଥାନାରେ ଅଟକ ରଖିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଜଗତିୟାଲ ଜିଲ୍ଲା ଲିଥୁନୁର ଗାଁରେ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ । ସୂଚନା ଅନୁସାରେ ଫେବୃଆରୀ ମାସ ୨୨ରେ ତେଲେଙ୍ଗାନାର ଲିଥିନୁର ଗାଁରେ କୁକୁଡ଼ା ଲଢେଇ ପାଇଁ ଆୟୋଜନ କରାଯାଇଥିଲା । ଏହି ଲଢେଇ ପାଇଁ ସତୀଶ ନିଜ କୁକୁଡ଼ାକୁ ପ୍ରସ୍ତୁତ କରୁଥିଲେ ।

ଲଢେଇ ପାଇଁ ଗଞ୍ଜା ଗୋଡ଼ରେ ଧାରୁଆ ଛୁରିଟିଏ ମଧ୍ୟ ବାନ୍ଧିଥିଲେ । କୁକୁଡ଼ା ଗୋଡ଼ରେ ଛୁରୀ ବାନ୍ଧିବା ବେଳେ ସେ ରାଗି ଯାଇ ଉଡ଼ିବା ଆରମ୍ଭ କରିଥିଲା । ପରେ ଭୂଇଁରୁ କିଛି ଫୁଟ ଉପରକୁ ଡେଇଁବା ଆରମ୍ଭ କରିଥିଲା । ଅନ୍ୟମନସ୍କ ଥିବା ସତୀଶଙ୍କ ଅଣ୍ଟାରେ ଛୁରି ପଶି ଯାଇଥିଲା ।ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରୁ  ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ଗଞ୍ଜାକୁ ଅଟକ ରଖିଛି । ପୂର୍ବରୁ ତେଲେଙ୍ଗାନାର ଖମାମ ଜିଲ୍ଳାରୁ ଥାନାରେ ୨ ଟି କୁକୁଡ଼ା ଅଟକ ଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ