Masthead

ବଡ଼ ଖବରରେ ବାରମ୍ବାର ଖବର ପ୍ରସାରଣ ପରେ ଦୁଷ୍ମନ୍ତ ଗଲେ ଏସସିବି

ତିର୍ତ୍ତୋଲ (ବଡ଼ ଖବ ବ୍ୟୁରୋ): କଟକ ଏସସିବିରେ ଦୁଷ୍ମନ୍ତ ଦାସ । ଅସହାୟ ଜୀବନ ବିତାଉଥଥିବା ବାପାଙ୍କୁ ସାହାଯ୍ୟ କରିବା ପାଇଁ ସରକାର, ପ୍ରଶାସନକୁ ନିବେଦନ କରିଥିଲେ ଅଢେଇ ବର୍ଷର ଝିଅ ଦେବାନ୍ସି । ଏହି ଖବର ବାରମ୍ବାର ବଡ଼ ଖବରରେ ପ୍ରସାରଣ କରାଯାଇଥିଲା । ଶେଷରେ ଅସହାୟ ଜୀବନ ବିତଉଥିବା ଦୁଷ୍ମନ୍ତଙ୍କୁ କଟକ ଏସସିବିକୁ ପଠାଯାଇଛି । ଜଗତସିଂହପୁର କୁଜଙ୍ଗ ବ୍ଲକ ପଙ୍କପାଳ ଗାଁର ଦୁଷ୍ମନ୍ତ ଦାସ ୨୨ ମାର୍ଚ୍ଚ ୨୦୨୦ରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗୋଡ ବହୁ ମାତ୍ରାରେ କ୍ଷତାକ୍ତ ହୋଇଥିଲେ । କଟକ ବଡ଼ ଡାକ୍ତରଖାନାର ଭୁଲ ଇଞ୍ଜେକସନ ଯୋଗୁଁ ସେ ପଙ୍ଗୁ ହୋଇଥିବା ଅଭିଯୋଗ କରିଥିଲେ । ଏପରିକି ପରିବାରର ବୋଝ ଓ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିବାକୁ ପଛେଇନଥିଲେ ଦୁଷ୍ମନ୍ତ । ଶେଷରେ ପ୍ରଶାସନ ସହଯୋଗ କରିଛି । ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଂଚିଥିଲେ ଦୁଷ୍ମନ୍ତ । ପରେ କଟକ ଏସସିବିକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା