Masthead

ମାଗଣାରେ ଦିଆଯିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଜାରି ରହିଛି ଟିକାକରଣ । ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଜାରି ରଖିଛନ୍ତି ଟିକାକରଣ। ଏଥିପାଇଁ ଲୋକଙ୍କୁ ବ୍ୟାପକ ସଂଖ୍ୟାରେ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କେବଳ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଉପଲବ୍ଧ ହେଉଛି । ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଋଷର ଟିକା ସ୍ପୁଟନିକ୍-ଭି । କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ର ସଭାପତି ଡକ୍ଟର ଏନ.କେ ଆରୋରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ସ୍ପୁଟନିକ୍-ଭି ଟିକା ମାଗଣାରେ ଉପଲବ୍ଧ ହେବ ।

ବର୍ତ୍ତମାନ ସୁଦ୍ଧା ସ୍ପୁଟନିକ-ଭି କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେଉଛି । ଆମେ ଆମର ମାଗଣା ଟିକାକକଣ କାର୍ଯ୍ୟକ୍ରମ ଅଧୀନରେ ଆମେ ଏହାକୁ ଉପଲବ୍ଧ କରାଇବୁ । କିନ୍ତୁ ଏହା ଟିକା ଯୋଗାଣ ଉପରେ ନିର୍ଭର କରୁଛି । ପୋଲିଓ ଟିକା ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ଶୀତଳ ଶୃଙ୍ଖଳା ସୁବିଧା ସ୍ପୁଟନିକ୍-ଭି ସଂରକ୍ଷଣ ପାଇଁ ବ୍ୟବହୃତ ହେବ ବୋଲି ଆରୋରା କହିଛନ୍ତି । ଏହା ମଧ୍ୟ ନିଶ୍ଚିତ କରିବ ଯେ ପୋଲିଓ ଅଭିଯାନ ଭଳି ଏହି ଟିକା ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚିବ। ଜୁଲାଇ ଶେଷ ସୁଦ୍ଧା ୧୨ ରୁ ୧୬ କୋଟି ଅଧିକ ଡୋଜ ଦିଆଯିବା ଟାର୍ଗେଟ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ