Masthead

ସ୍ୱାଧୀନତାର ଶେଷ ଯୁଦ୍ଧ ‘ଅଗଷ୍ଟ ବିପ୍ଳବ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧିଙ୍କ ଡାକରାରେ ଅବିଭକ୍ତ ଭାରତର ପ୍ରତିଟି ଲୋକ ଏକ ହୋଇଥିଲେ । ଗାନ୍ଧିଜୀଙ୍କ ନେତୃତ୍ୱରେ ଇଂରେଜମାନଙ୍କ ବିରୋଧରେ ଶେଷ ଯୁଦ୍ଧ ଥିଲା ‘ଅଗଷ୍ଟ ବିପ୍ଳବ’ । ଏହି ସଂଗ୍ରାମରେ ଗାନ୍ଧିଜୀ ସମଗ୍ର ଭାରତର ଯୁବକମାନଙ୍କୁ ‘କର ବା ମର’ ସ୍ଲୋଗାନ ଦେଇଥିଲେ । ବ୍ରିଟିଶମାନଙ୍କୁ ଦେଶରୁ ତଡିବାକୁ ଗାନ୍ଧିଜୀଙ୍କ ଏହି ଆହ୍ୱାନ ଇତିହାସରେ ‘ଭାରତ ଛାଡ’ ଆନ୍ଦୋଳନ ନାମରେ ଲିପିବଦ୍ଧ ହୋଇ ରହିଛି । ଏହି ଆନ୍ଦୋଳନ ୯ ଅଗଷ୍ଟ ୧୯୪୨ରେ ଆରମ୍ଭ ହୋଇଥିବାରୁ ଏହାକୁ ଅଗଷ୍ଟ କ୍ରାନ୍ତି ବୋଲି ମଧ୍ୟ କୁହାଯାଏ ।

ଏହି ଆନ୍ଦୋଳନ ମୁମ୍ବାଇର ଏକ ପାର୍କରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପୂର୍ବରୁ ବ୍ରିଟିଶମାନେ ଏକ ଚାଲ ଖେଳିଥିଲେ । ଭାରତୀୟଙ୍କୁ କହିଥିଲେ, ଆମକୁ ସହଯୋଗ କର । ବଦଳରେ ଆମେ ସ୍ୱାଧୀନତା ଦେବୁ । ଭାରତୀୟମାନେ ବିଟିଶମାନଙ୍କ ସହ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଝାସ ଦେଲେ । ମାତ୍ର ସେମାନେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କଲେ ନାହିଁ । ଏହା ଗାନ୍ଧିଜୀଙ୍କୁ ବହୁତ ବାଧିଥିଲା । ପରିଣାମ ସ୍ୱରୂପ ବ୍ରିଟିଶମାନଙ୍କ ବିରୁଦ୍ଧରେ ଶେଷ ଯୁଦ୍ଧ ଘୋଷଣା କରିଥିଲେ। ଏହି ଘୋଷଣା ବ୍ରିଟିଶ ସରକାରରେ ଆତଙ୍କ ଖେଳାଇ ଦେଇଥିଲା ।

ଅଗଷ୍ଟ ବିପ୍ଳବ ପୂର୍ବରୁ ୧୯୪୨ ଜୁଲାଇ ୪ ରେ ଭାରତୀୟ ଜାତୀୟ କଂଗ୍ରେସ ଏକ ସଂକଳ୍ପ ପାରିତ କରିଥିଲା । ଯଦି ବ୍ରିଟିଶମାନେ ଭାରତ ଛାଡିବେ ନାହିଁ, ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହେବ। ଏହି ପ୍ରସ୍ତାବକୁ କଂଗ୍ରେସର କିଛି ଲୋକ ସମର୍ଥନ କରିନଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଚକ୍ରବର୍ତ୍ତୀ ଗୋପାଳଚାରୀ । ପଣ୍ଡିତ ଜବାହରଲାଲ ନେହେରୁ, ମୌଲାନା ଆଜାଦ ଏହି ପ୍ରସ୍ତାବକୁ ବିରୋଧ କରୁଥିଲେ ମଧ୍ୟ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ ।

ସର୍ଦ୍ଦାର ଭାଲାଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅଶୋକ ମେହେଟ୍ଟା, ଜୟପ୍ରକାଶ ନାରାୟଣଙ୍କ ଭଳି ନେତାମାନେ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କରିଥିଲେ। କିନ୍ତୁ କଂଗ୍ରେସ ପ୍ରସ୍ତାବ ସପକ୍ଷରେ ମୁସଲିମ ଲିଗ୍, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏବଂ ହିନ୍ଦୁ ମହାସଭା ସମେତ ଅନ୍ୟ ଦଳର ସମର୍ଥନ ପାଇନଥିଲା । ୧୯୪୨ ଅଗଷ୍ଟ ୮ରେ, ଅଲ ଇଣ୍ଡିଆ କଂଗ୍ରେସ କମିଟିର ବମ୍ବେ ଅଧିବେଶନରେ ‘ଭାରତ ଛାଡ ଆନ୍ଦୋଳନ’ ଅର୍ଥାତ୍ ‘ଅଗଷ୍ଟ ବିପ୍ଳବ’ର ସଂକଳ୍ପ ପାରିତ ହୋଇଥିଲା। ଦେଶପ୍ରେମୀଙ୍କ ଆନ୍ଦୋଳନ ଆଗରେ ସେଦିନ ମଥାନତ କରିଥିଲା ବ୍ରିଟିଶ ।

ଆଉ ସ୍ୱାଧୀନାର ପଥ ପରିଷ୍କାର ହେବାକୁ ଲାଗିଲା । ଅବଶ୍ୟ ଏହା ଏତେ ସହଜ ନଥିଲା । ଅନେକ ଦେଶପ୍ରେମୀ ଜୀବନ ଦେଇଥିଲେ । ହଜାର ହଜାର ଲୋକଙ୍କୁ ଜେଲ ଯିବାକୁ ପଡିଥିଲା । ବ୍ରିଟିଶର ଚାବୁକମାଡ଼ରେ ଅନେକ ଦେଶପ୍ରେମୀଙ୍କ ପିଠି ଫାଟିଥିଲା । ଆସିଲା ସେ ସୁଦିନ । ୧୯୪୭ ଅଗଷ୍ଟ ୧୫ । ଲାଲକିଲ୍ଲାରେ ତ୍ରିରଙ୍ଗା ଫର ଫର ହୋଇ ଉଡିବା ପୂର୍ବରୁ ଅଖଣ୍ଡ ଭାରତ ଦୁଇଭାଗରେ ବିଭକ୍ତ ହୋଇସାରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ