Before Header

ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି

0 9

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା । ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତାଫା ଦେବାପରେ ସେ କହିଛନ୍ତି ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଦୀପକ ବାବରିଆ ବାରମ୍ବାର ତାଙ୍କ କାମରେ ହସ୍ତକ୍ଷେପ କରୁଥିଲେ ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ପାର୍ଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି । ଇସ୍ତାଫା ପତ୍ରରେ ସେ ଲେଖିଛନ୍ତି ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ । ସେ ଦଳରେ ନିଜକୁ ପଙ୍ଗୁ ଭଳି ଅନୁଭବ କରୁଛନ୍ତି ତେଣୁ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ଅସମର୍ଥ ବୋଲି ସେ କହିଛନ୍ତି । ଏଥିସହ ଇସ୍ତଫା ଦେବାର ଅନ୍ୟ ଏକ କାରଣ ମଧ୍ୟ ଦର୍ଶାଇଛନ୍ତି ଲଭଲି । ସେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି  ସହ କଂଗ୍ରେସର ମେଣ୍ଟ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ବିରୁଦ୍ଧରେ ଏକାଧିକ ଅଭିଯୋଗ ଉଠାଇ ଆପ୍ ଗଠନ ହୋଇଥିଲା, ସେହି ଦଳ ସହ କଂଗ୍ରେସ କିପରି ଗଠବନ୍ଧନ ହୋଇପାରିଲା?

ଏହାକୁ ନେଇ ଦୀପକ ବାବରିଆଙ୍କ ପ୍ରତିକ୍ରିୟା ଆସିଛି  । ଯେଉଁଥିରେ ସେ କହିଛନ୍ତି  କେଉଁ ଚାପର ସମ୍ମୁଖୀନ ହେଉଛନ୍ତି ମୁଁ କହି ପାରିବି ନାହିଁ କିନ୍ତୁ ସେ ଖୁବ୍ ଶୀଘ୍ର କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବେ ଏବଂ ଦିଲ୍ଲୀରେ ନୂତନ ନେତୃତ୍ୱ ପାଇବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.