Masthead

ସଙ୍ଗୀତ ଜଗତର କିମ୍ବଦନ୍ତୀ ଅକ୍ଷୟ, କିନ୍ତୁ ମିଳିନି ପଦ୍ମ ସମ୍ମାନ

ବଡ଼ ଖବର ବ୍ୟୁରୋ: ଓଡିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ହୋଇ ରହିଛନ୍ତି ଅକ୍ଷୟ ମହାନ୍ତି । ଓଡିଆ ସଙ୍ଗୀତରେ ରହିଛି ତାଙ୍କର ଅପୂର୍ବ ଅବଦାନ । ୫୦ ଦଶକରୁ ସେ ସଙ୍ଗୀତ ଦୁନିଆରେ ପାଦ ଥାପି ଗାଇଛନ୍ତି ଅନେକ ସୁପରହିଟ୍ ଗୀତ । କେବଳ ଗୀତ ନୁହେଁ ଜଣେ ଗୀତିକାର, ସଙ୍ଗୀତକାର ତଥା ଓଡିଆରେ ଜଣେ ଭଲ ଲେଖକ ଭାବେ ପରିଚିତ ଥିଲେ ଅକ୍ଷୟ ମହାନ୍ତି । ୧୨୯ଟି ଚଳଚିତ୍ରରେ ଗୀତ ଗାଇବା ସହ ପ୍ରାୟ ୭୫ଟି ଫିଲ୍ମରେ ସେ ସଙ୍ଗୀତ ରଚନା କରିଛନ୍ତି । ତେବେ ଓଡିଶାର ଜନଜୀବନକୁ ଯଦି କିଏ ବେଶି ପ୍ରଭାବିତ କରିଛି ସିଏ ହେଉଛନ୍ତି ଅକ୍ଷୟ ମହାନ୍ତି । ତାଙ୍କ ପରି ସଙ୍ଗୀତଜ୍ଞ କେବେ ଆସିଛନ୍ତି ନା ଆସିବେ । କିନ୍ତୁ ସବୁଠାରୁ ଦୁଃଖର ବିଷୟ ଯେ ସଙ୍ଗୀତର ସବୁଠାରୁ ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଉଚିତ୍ ସମ୍ମାନ ମିଳିନାହିଁ । ଆଜି ପର୍ଯ୍ୟନ୍ତ ତାଙ୍କୁ ପଦ୍ମ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇ ନାହିଁ । ନା ବଞ୍ଚିଥିବା ବେଳେ ତାଙ୍କୁ ଏପରି କିଛି ସମ୍ମାନ ମିଳିଛି ନା ତାଙ୍କ ମୃତ୍ୟୁ ପରେ । ପଦ୍ମ ସମ୍ମାନ ଏଯାଏଁ ସୁରସମ୍ରାଟଙ୍କୁ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରେ । ଅକ୍ଷୟଙ୍କଠାରୁ କମ୍ ପ୍ରତିଷ୍ଠିତ ଦେଶର ଅନେକ କଣ୍ଠଶିଳ୍ପୀ ପଦ୍ମ ସମ୍ମାନ ପାଇଥିଲେ ବି, ଅକ୍ଷୟ ଏଥିରୁ ବଞ୍ଚିତ ହେବା ନିଶ୍ଚୟ ଦୁର୍ଭାଗ୍ୟଜନକ । ପୁରସ୍କାର ପାଇଁ କେବେ ବି ଲବି କରନ୍ତି ନାହିଁ ଅକ୍ଷୟ । ସେ ସିନା ପୁରସ୍କାର ଜିତିପାରିନାହାନ୍ତି, କିନ୍ତୁ ଦର୍ଶକଙ୍କ ହୃଦୟକୁ ଯେମିତି ଜିଣିଛନ୍ତି, ସେ ଭଳି ସଫଳତା ନା କେହି ପାଇଛି, ନା କେହି ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ