Masthead

ପଶ୍ଚିମବଙ୍ଗ ପଂଚାୟତ ହିଂସା, ବିଜେପି-ଟିଏମସି ମୁହାଁମୁହିଁ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ହିଂସା । ହିଂସାରେ ଯାଇଛି ୧୮ ଜଣଙ୍କ ଜୀବନ । ନିର୍ବାଚନ ସମୟରେ ବୁଥ କ୍ୟାପଚରିଂ ଅଭିଯୋଗରେ ବିଜେପି-ଟିଏମସି ମୁହାଁମୁହିଁ ହୋଇଛନ୍ତି । ବିଜେପିର ବୁଥ କ୍ୟାପଚରିଂ ଅଭିଯୋଗକୁ ମିଥ୍ୟା ବୋଲି କହିଛି ତୃଣମୂଳ କଂଗ୍ରେସ । ଶନିବାର ପଞ୍ଚାୟତ ନିର୍ବାଚନରେ ପଶ୍ଚିମବଙ୍ଗର ସାତୋଟି ଜିଲାରେ ହିଂସାକାଣ୍ଡ ଘଟିଥିଲା। ରାଜ୍ୟରେ ଉତ୍ତେଜନା ଲାଗି ରହିଥିଲା । ଏହି ହିଂସାକୁ ନେଇ ବିଜେପି-ଟିଏମସି ନିଜ ନିଜ ଉପରେ କାହୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭିଆ ମମତା ସରକାରଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, ଡାଏମଣ୍ଡ ହାର୍ବର ବୁଥ୍‌ରେ ବାଲାଟ ବକ୍ସରେ ଟିଏମସି ଏକ ଷ୍ଟାମ୍ପ ଲଗାଇଛି। ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେଥିରେ କହିଛନ୍ତି, ଭିଡିଓରେ ଡାଇମଣ୍ଡ ହାର୍ବରର ବୁଥ୍‌ ୫ରୁ ଗ୍ରାମବାସୀ ବାଲାଟ୍‌ ବକ୍ସରୁ ଷ୍ଟାମ୍ପ ପାଇଛନ୍ତି।

ମତଦାନ ପରେ ବିଳମ୍ବିତ ରାତି ଯାଏଁ ଟିଏମସି ବୁଥକୁ ଅକ୍ତିଆର କରି ରଖିଥିବା କହିଛନ୍ତି ଅମିତ ମାଲଭିଆ । ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଟିଏମସି । ଟିଏମସି ସାଂସଦ ନୁସରତ ଜାହାନ ମାଲଭିଆଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ଭାଜପା ଗୁଜବ ପ୍ରଚାର କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ