ନୃଶଂସ ସ୍ୱାମୀର ବର୍ବରକାଣ୍ଡ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ହତ୍ୟା ର ପେଣ୍ଠସ୍ଥଳି ପାଲଟିଛି କୋଇଡ଼ା । ପୁଣି ପାରିବାରିକ କଳହ ଯୋଗୁଁ କରୁଣ ପରିଣତି । ଠେଙ୍ଗା ରେ ପିଟି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ବେସାହାରା ସାତ ବର୍ଷର କୁନି ଜୀବନ । ଶିକ୍ଷା ଓ ସଚେତନତା ଅଭାବରୁ ବାରମ୍ବାର ଗଡୁଛି ମୁଣ୍ଡ । ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ମାଲଦା ପଞ୍ଚାୟତ ଦଳିତା ଗ୍ରାମରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ରମେଶ ମୁଣ୍ତା ନିଜ ସ୍ତ୍ରୀ ଜପ ମୁଣ୍ତାକୁ ଠେଙ୍ଗା ରେ ପିଟି ପିଟି ହତ୍ୟା କରିଥିଲେ । ହତ୍ୟା ସମ୍ପର୍କରେ ଗ୍ରାମ ବାସୀ ଓ ସରପଞ୍ଚ କୋଇଡା ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।

ଘଟଣାସ୍ଥଳରେ ପୋଲିସ ସମେତ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଶବ ଉଦ୍ଧାର କରିଥିବାବେଳେ ରମେଶକୁ ପୋଲିସ ଅଟକ ରହିଥିବା ଜଣାପଡିଛି । ଅନ୍ୟ ପଟେ ପରିବାରର ସାତ କୁନି ଶିଶୁ ଅସହାୟ ହୋଇ ପଡିଛନ୍ତି । ସ୍ଥାନୀୟ ପ୍ରସାଶନଙ୍କୁ ଶୀଘ୍ର ଶିଶୁଙ୍କ ଥଇଥାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, କୋଇଡା ଅଂଚଳରେ ବିଗତ ୨ ବର୍ଷ ମଧ୍ୟରେ ପାରିବାରିକ କହଳ ଯୋଗୁଁ ବହୁ ହିଂସାକାଣ୍ଡ ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ