Masthead

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

(ବଡ଼ ଖବର ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ୧୩ ଅଗଷ୍ଟରେ ଶେଷ ହେବାର ଥିଲା । ଅଧିବେଶନବେଳେ ଲୋକସଭାରେ ଅଧିକାଂଶ ସମୟରେ ଆଲୋଡ଼ନ ଦେଖାଦେଇଥିଲା। ବୁଧବାର ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।
ପ୍ରବଳ ଉତ୍ତେଜନା କାରଣରୁ ବୁଧବାର ଲୋକସଭାକୁ ସ୍ଥଗିତ ରଖାଯାଇଥିଲା। ଏହା ସହିତ ଗୃହ ଅଧିବେଶନର ପ୍ରକ୍ରିୟା ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ଶେଷ ହୋଇଛି ।

ପେଗାସସ୍ ଗୁପ୍ତଚର ବିବାଦ, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ଆରମ୍ଭରୁ ବିରୋଧ କରିଥିଲେ। ଜୁଲାଇ ୧୯ରେ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଅଗଷ୍ଟ ୧୩ ପର୍ୟ୍ୟନ୍ତ ଏହା ଜାରି ରହିଥାନ୍ତା ।

ଗୃହକୁ ସ୍ଥଗିତ ରଖିବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୭ ତମ ଲୋକସଭାର ଷଷ୍ଠ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନରେ ଆଶା ଅନୁଯାୟୀ କାର୍ୟ୍ୟ ହୋଇନଥିଲା । ମୁଁ ଏଥିପାଇଁ ଦୁଃଥିତ । ଗୃହରେ ସର୍ବାଧିକ କାର୍ୟ୍ୟ କରାଯିବା ଉଚିତ । ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ୍। ତେବେ ଏଥିରେ ଅସ୍ଥିରତା ଦେଖାଦେଇଥିଲା । ତେଣୁ ଗୃହକୁ ସ୍ଥଗିତ ରଖାଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ