Masthead

୧୦୪ରେ ମଦ ମାଗୁଛନ୍ତି ଅସାମାଜିକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସବୁଠି କୋଭିଡ଼ର ଜରୁରୀ ପରିସ୍ଥିତି ମାନବ ସମାଜ ସଙ୍କଟରେ, ଏତିକି ବେଳେ ଅନେକ ଦେଖାଇଛନ୍ତି ଅମାନବିକତା । ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଜାରି ହୋଇଛି ୧୦୪ ନଂ । କୋଭିଡ ସମ୍ପର୍କିତ ଜରୁରୀ ସୂଚନା ପାଇଁ ଏହି ହେଲ୍ପ ଲାଇନ ନଂ କାମ କରୁଛି । ପ୍ରତିଦିନ ଅନେକ ଲୋକ ଫୋନ କରି ସହାୟତା ଖୋଜୁଛନ୍ତି । କିନ୍ତୁ ଏଭଳି ଏକ ଏମରଜେନ୍ସି ନଂକୁ କଲ କରି ଟାଇମପାସ କରିବା, ଅମଣିଷଙ୍କ ଭଳି କଥା ହେବାକୁ ବି କିଛି ଲୋକ ପଛାଉ ନାହାନ୍ତି । ଯାହାର ଏକ୍ସକ୍ଲ୍ୟୁସିଭ ଅଡିଓ ଲାଗିଛି ବଡ଼ ଖବର ହାତରେ ।

୧୦୪କୁ ଫୋନ କରି ଲୋକମାନେ କରୁଛନ୍ତି ଟାଇମପାସ । ଖାଲି ଏତିକି ନୁହେଁ ନଂକୁ କଲ କରି ଲୋକେ ୧୦୦ ଟଙ୍କା ମାଗୁଛନ୍ତି ମଦ ପିଇବା ପାଇଁ । ଏହି ଘଟଣାକୁ ନେଇ ହେଲ୍ପଲାଇନ କଷ୍ଟେକମାର କେୟାର ଦାୟିତ୍ୱ ନେଇଥିବା ଜିକିଯା ହେଲ୍ଥ କେୟାର ଲିମିଟେଡ଼ ପକ୍ଷରୁ ସହୀଦ ନଗର ଥାନାରେ ଏତଲା ଦିଆଯାଇଛି । ୩୦ଟି ନଂର ତାଲିକା ଦିଆଯାଇଛି । ଏହି ନଂ ଗୁଡ଼ିକ ଏମରଜେନ୍ସି ସ୍ୱାସ୍ଥ୍ୟସେବାକୁ କଲ କରି ଥରେ କି ଦୁଇ ଥର ନୁହେଁ କିଏ ୧୦୦ ଥର କିଏ ୨୦୦ ଥର ଆଉ କିଏ ୫୦୦ ଥର ବି କଲ କରିବାକୁ ପଛାଇ ନାହାନ୍ତି ।

ମୋବାଇଲ ନଂ ୭୨୦୫୭୮୯୨୪୨, ୪୯୨ ଥର ଫୋନ କରି ଏଭଳି ଅଭଦ୍ରାମି ଦେଖାଇଛନ୍ତି । ୯୦୭୮୩୯୭୭୩୦, ୨୦୧ ଥର । ୭୮୯୪୭୨୧୨୪୩, ୧୭୩ ଥର । ୮୬୫୮୯୬୦୯୯୮ ୧୫୧ ଥର, ଓ ୭୦୭୭୩୭୮୧୨୮ ୧୩୭ ଥର ଫୋନ କରି ଜରୁରୀ କାଳୀନ ସେବାର ସମୟ ନଷ୍ଟ କରିଛନ୍ତି । ବାକି ନଂ ଗୁଡ଼ିକର ତଥ୍ୟ ମଧ୍ୟ ପୋଲିସକୁ ସୂଚନା ଦିଆଯାଇଛି । ଏମାନଙ୍କ ଅମାନବିକତା ପାଇଁ ଜରୁରୀ ସମୟରେ ଫୋନ କରୁଥିବା ଲୋକଙ୍କ ନଂ ହେଲ୍ପ ଲାଇନରେ ପହଞ୍ଚିବାରେ ଅସୁବିଧା ହେଉଛି । ତେଣୁ ପୋଲିସ ଏଭଳି ଅସାମାଜିକ ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା