Masthead

ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଧର୍ମ ମାସ କାର୍ତ୍ତିକ । ଆଜିଠୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ହବିଷ୍ୟାଳିମାନେ ସଂକଳ୍ପ ହୋଇ ବ୍ରତ ପୂଜା ଆରମ୍ଭ କରିଦେଇଛନ୍ତି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅନ୍ୟପଟରେ ସେହିପରି ଶ୍ରୀକ୍ଷେତ୍ରକୁ ଚଳିତବର୍ଷ ହବିଷ୍ୟାଳିଙ୍କୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଚାର ପରେ ମଠ ଏବଂ ଧର୍ମଶାଳା ଆଦିରେ ହବିଷ୍ୟାଳି ମାନଙ୍କ ସଂଖ୍ୟା ଖୁବ କମ ରହିଛି ।

ଏବଂ ପ୍ରଶାସନ ପକ୍ଷରୁ ମଧ୍ୟ ହବିଷ୍ୟାଳି ମାନଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ । କରୋନା କଟକଣା ମଧ୍ୟ ଅଟକାଇ ପାରିନି ଶ୍ରଦ୍ଧାଳୁଙ୍କୁ ।ସକାଳୁ ସକାଳୁ ନିତ୍ୟକର୍ମ ସାରି ସଂକଳ୍ପ କରି, ରାମାନନ୍ଦ ଚିତା କାଟି ଧୂପ ଦୀପ ଦେଇ ବୃନ୍ଦାବତୀ ପୂଜା କରି ବ୍ରତ ଆରମ୍ଭ କରିଦେଇଛନ୍ତି ।କାଳିଆ ପ୍ରେମରେ ହୋଇଛନ୍ତି ମସଗୁଲ । ସେପଟେ ନିର୍ଦ୍ଧାରିତ ଏସଓପି ଅନୁସାରେ ଶ୍ରୀମନ୍ଦିରକୁ ସେବାୟତମାନେ ପିନ୍ଧି ଆସୁଛନ୍ତି ଡ୍ରେସ କୋଡ଼ । ପାରମ୍ପରିକ ଧୋତି ଗାମୁଛା ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ସେବାୟତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ