Masthead

ଟି-୨୦ ବିଶ୍ୱକପ; ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଜିତିଛି ଭାରତ

(ବଡ଼ ଖବର ବ୍ୟୁରୋ) : ଚଳିତ ଆଇସିସି ଟି -୨୦ ବିଶ୍ୱକପ ପୂର୍ବରୁ ଖେଳିଥିବା ଦୁଇଟି ଯାକ ଅଭ୍ୟାସ ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ତାର ମନୋବଳକୁ ଆହୁରି ସୁଦୃଢ କରିଛି । ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ୮ ୱିକଟରେ ହରାଇ ଦେଇଛି ଟିମ ଇଣ୍ଡିଆ । ଏହା ପୂର୍ବରୁ ଖେଳିଥିବା ପ୍ରଥମ ଅଭ୍ୟାସ ମ୍ୟାଚରେ ବି ଇଂଲଣ୍ଡକୁ ପରାସ୍ତ କରିଥିଲା ଭାରତ । ତେବେ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ ହରାଇ ୧୫୨ ରନ କରିଥିଲା । ଜବାବରେ ଭାରତ ୧୭.୫ ଓଭରରେ ୨ ୱିକେଟ ହରାଇ ୧୫୩ ରନ କରିଥିଲା ।

ପରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ବି ଭାରତ ବିଜୟୀ ହୋଇଛି ।ଭାରତ ପକ୍ଷରୁ ରୋହିତ ସର୍ବାଧିକ ୬୦(୪୧ ବଲ୍, ୫ ଚୌକା, ୩ ଛକା) ରନ କରି ଆଉଟ ହୋଇଛନ୍ତି । ସେହିପରି ଲୋକେଶ ରାହୁଲ (୩୯), ସୂର୍ଯ୍ୟକୁମାର ଯାଦବ (୩୮) ଓ ହାର୍ଦ୍ଧିକ ପାଣ୍ଡ୍ୟା (୧୪) ଉପଯୋଗୀ ରନ କରି ଭାରତକୁ ଜିତାଇଛନ୍ତି । ୧୫୩ ରନର ଲକ୍ଷ୍ୟରେ ପିଛା କରୁଥିବା ଭାରତ ପାଇଁ ଓପନ କରିବାକୁ ଆସିଥିବା ରାହୁଲ ଓ ରୋହିତ ପ୍ରଥମ ୱିକେଟ ପାଇଁ ୬୮ ରନ ଯୋଡିଥିଲେ । ରାହୁଲ ୩୧ ବଲରେ ୨ ଚୌକା ଓ ୩ ଛକା ସହ ୩୯ କରିଥିଲେ । ଏହା ପରେ ରୋହିତଙ୍କୁ ଭରପୂର ସହଯୋଗ କରିଥିଲେ ସୂର୍ଯ୍ୟକୁମାର ।

ଦୁହେଁ ୫୯ ରନର ଭାଗିଦାରୀ କରି ଦଳକୁ ବିଜୟ ଆଡକୁ ନେଇଥିଲେ । ଅର୍ଦ୍ଧଶତକ ମାରିବା ପରେ ରୋହିତ ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ଆଉଟ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ହାର୍ଦ୍ଧିକ ଛକା ମାରି ଭାରତକୁ ଜିତାଇଥିଲେ । ହାର୍ଦ୍ଧିକ ୮ ବଲରେ ୧ ଛକା ସହ ୧୪ ଓ ସୂର୍ଯ୍ୟକୁମାର ୨୭ ବଲରେ ୩୮(୫ ଚୌକି, ୧ଛକା ) ରନ କରି ଅପରାଜିତ ଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଗରେ ଗୋଟିଏ ୱିକେଟ ନେଇଥିଲେ । ଏହା ପୂର୍ବରୁ ଟସ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା  ହୋଇଥିଲା ।

ତେବେ ଷ୍ଟିଭ, ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସଙ୍କ ଦମଦାର ଇନିଂସ ବଳରେ କଙ୍ଗାରୁ ଟିମ ୧୫୨ ରନ କରିବାକୁ ସକ୍ଷମ ହୋଇଥିଲା । ସ୍ମିଥ ୪୮ ବଲରେ ୭ ଚୌକା ସହ ୫୭ ରନ ଓ ଷ୍ଟୋଇନିସ ୪୧(୨୫ ବଲ , ୪ ଚୌକା , ୧ ଛକା) ରନ କରିଥିଲେ । ସେହିପରି ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଏବଂ ଭୁବନେଶ୍ୱର କୁମାର, ରାହୁଲ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା