Masthead

ରଣପୁରରେ ସତ୍ୟବ୍ରତ

ରଣପୁର(ବଡ଼ ଖବର ବ୍ୟୁରୋ ): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା ଦାବିରେ ବିଭିନ୍ନ ସଂଗଠନ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏ ପରିପ୍ରେକ୍ଷୀରେ ଓଡ଼ିଶା ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାଶ ଆଜି ବୁଧବାର ସନ୍ଧ୍ୟାରେ ରଣପୁର ବ୍ଲକରେ ପହଞ୍ଚିଥିଲେ। ସେ ୨୦୧୯ ଜୁଲାଇ ୧୦ରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ପଦଯାତ୍ରାରେ ବାହାରିଥିଲେ। ଆଜି ପର୍ଯ୍ୟନ୍ତ ୪୯୮ ଦିନର ପ୍ରାୟ ୮୭୦୦ କିଲୋମିଟର ଅତିକ୍ରମ କରି ରଣପୁର ସମେତ ୨୭୬ ବ୍ଲକରେ ଦାବିପତ୍ର ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି। ସେ ଆଜି ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଓଡ଼ଗାଁ, ନୂଆଗାଁ, ଖଣ୍ଡପଡା ସମେତ ଅନ୍ୟାନ୍ୟ ବ୍ଲକ ଅତିକ୍ରମ କରି ଦର୍ପଣରାୟଣପୁର ଦେଇ ରଣପୁରର ଶହୀଦ ରଘୁ ଦିବାକର ସ୍ମୃତି ମଣ୍ଡପ ନିକଟରେ ପହଞ୍ଚିଥିଲେ । ସେଠାରେ ରଣପୁର ଆଞ୍ଚଳିକ ସମ୍ବାଦ ସଂଘ ସମେତ ଅନ୍ୟାନ୍ୟ ସଂଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏ ଅବସରରେ ରଣପୁରର ବିଭିନ୍ନ ସ୍ୱେଚ୍ଛାସେବୀ, ଆଇନଜୀବୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ରହି ତାଙ୍କର ଏ ପଦଯାତ୍ରାକୁ ପ୍ରଶଂସା କରିବା ସହ ତାଙ୍କର ସଫଳତା କାମନା କରିଥିଲେ । ପରିଶେଷରେ ସେଠାରୁ ବାହାରି ସହର ପରିକ୍ରମା କରି ପଦଯାତ୍ରାରେ ଯାଇ ବିଡିଓଙ୍କ ନିକଟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ରାଜ୍ୟର ଅନ୍ୟାନ୍ୟ ବ୍ଲକ ଅତିକ୍ରମ କରି ଦାବିପତ୍ର ପ୍ରଦାନ କରିବେ ବୋଲି ସତ୍ୟବ୍ରତ କହିଚନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି