Masthead

ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ, ଆଜି ଖଳିଲାଗି ଏକାଦଶୀରେ ପିନ୍ଧିବେ ରକ୍ତବସ୍ତ୍ର

ପୁରୀ (ବଡ଼ ଖବର ବ୍ୟୁରୋ): ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଏକାଦଶୀରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗ ବେରଙ୍ଗର ପୁଷ୍ପ ,ତୁଳସୀ ଓ ବାଜିବ ଘଣ୍ଟ ଘଣ୍ଟାର ଶବ୍ଦ। ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ସବୁ ନୀତି । ଆଜି ସୁଦ୍ଧସୂଆରଙ୍କ ପକ୍ଷରୁ ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମଧ୍ୟାହ୍ନ ଧୂପ ହେବ । ଏହାପରେ ଲାଗି କରାଯାଇ ସର୍ବାଙ୍ଗ ଚନ୍ଦନ ଲାଗି କରାଯିବ। ସେପଟେ ଆସନ୍ତା କାଲି ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିବେ ଦଇତାପତି ସେବାୟତ। ଆଉ ତାପର ଦିନ ତ୍ରୟୋଦଶୀ ତିଥିରେ ଘଣାଲାଗି ନୀତି ମଙ୍ଗଳଆଳତୀ ପୂର୍ବରୁ ଶେଷ କରାଯିବ। ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୋଷଧି ଶ୍ରୀମନ୍ଦିରରେ ପହଞ୍ଚାଯାଇଛି । ଏହାକୁ ସେବନ ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଗୁପ୍ତ ସେବା ପରମ୍ପରା ଅନୁସାରେ ରାଜବୈଦ୍ୟ ଏହି ମହୌଷଧି ପ୍ରସ୍ତୁତ କରିଥିଲେ ।

ରାଜବୈଦ୍ୟଙ୍କ କହିବା ଅନୁସାରେ ପ୍ରାୟ ଦେଢ଼ ମାସ ଲାଗେ ଏସବୁର ପ୍ରସ୍ତୁତି । ପ୍ରଥମେ ରାଜ୍ୟ ତଥା ରାଜ୍ୟ ବାହାରୁ ଗମ୍ଭାରୀ, ବେଲଛେଲି, ଶାଳପର୍ଣ୍ଣି, ଅଗବଥୁ, ଅଣପଠଣା, ଅଙ୍କରାନ୍ତି, ଲବଙ୍ଗ କୋଳି, କୃଷ୍ଣପର୍ଣ୍ଣୀ ଓ ପାଟେଳୀ ଆଦି ୧୦ ପ୍ରକାର ଚେରମୂଳି ସଂଗ୍ରହ କରାଗଲା । ଦିଅଁମାନେ ଜ୍ୱରରେ ପଡ଼ିଲା ପରଠାରୁ ମହୌଷଧି ପ୍ରସ୍ତୁତି ଆରମ୍ଭ ହେଲା । ଏସବୁକୁ ଧୋଇ ଶୁଖାଇବା ପରେ ଗୁଣ୍ଡକରି ରଖାଯାଏ । ପରେ ଏହି ଗୁଣ୍ଡରେ କ୍ଷୀର, ଖୁଆ, ଘିଅ, ସର, ମସଲା, ମହୁ, ଓ କର୍ପୂର ଆଦି ମିଶାଇ ପାଗ ହୁଏ । ଏହାକୁ ଗୁଳାକରି ବଢ଼ାରେ ଶ୍ରୀମନ୍ଦିରକୁ ପଠାଯାଏ । ମହୌଷଧି ସମର୍ପଣ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ । ପୂର୍ବ ରାତିରୁ ଶ୍ରୀମନ୍ଦିରରେ ଠାକୁରଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇ ନଥିଲା । ଚକାବିଜେ ନୀତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହୋଇଥିଲା । ଦଇତାପତି ସେବକମାନେ ଗୋଷ୍ଠୀଗତ ସେବା ଜରିଆରେ ଠାକୁରମାନଙ୍କୁ ଚକାଗୁଡ଼ିକ ଉପରେ ବିଜେ କରାଇଥିଲେ । ପରେ ଚକଟା ଓ ପଣା ଭୋଗ ଅର୍ପଣ କରାଯାଇଥିଲା । ପୁଣି ବେହେରଣ ଦ୍ୱାର ପଡ଼ି ଜୟବିଜୟ ଦ୍ୱାର ଫିଟି ଯଥାବିଧି ନୀତି ଆଗେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା