ମଣିପୁର ହିଂସା, ମା’ଛୁଆ ଜୀବନ୍ତ ଦଗ୍ଧ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ଦିନକୁ ଦିନ ସଂଗୀନ ହେଉଛି ସ୍ଥତି । ବୈଠକ ପରେ ବି ଥମୁନି ହିଂସା । ଏହି ହିଂସାରେ ଜଣେ ୮ ବର୍ଷର ଶିଶୁ ଓ ମା’ ସମେତ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଟନସିଙ୍ଗ ହାଙ୍ଗସିଙ୍ଗ, ମା’ ମୀନା ହାଙ୍ଗସିଙ୍ଗ । ଟନସିଙ୍ଗ ହାଙ୍ଗସିଙ୍ଗ, ମୀନା ହାଙ୍ଗସିଙ୍ଗ ତାଙ୍କ ପରିବାର ସଦସ୍ୟ କାଙ୍ଗଚୁପ୍ ସ୍ଥିତ ଆସାମ ରାଇଫଲ୍ସ ରିଲିଫ୍ ଶିବିରରେ ରହୁଥିଲେ। ସୁଚନା ଅନୁସାରେ ୨ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଶିଶୁଟି ଶିବିର ମଧ୍ୟରେ ଥାଇ ମଧ୍ୟ ତା’ ମୁଣ୍ଡରେ ଗୁଳି ବାଜିଥିଲା।

ତୁରନ୍ତ ଶିଶୁଟିକୁ ଇମ୍ଫାଲ ସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସକୁ ନିଆଯାଇଥିଲା। ଆସାମ ରାଇଫଲ୍ସ ଦ୍ବାରା ଆମ୍ବୁଲାନ୍ସକୁ କିଛି ବାଟ ପର୍ଯ୍ୟନ୍ତ ସୁରକ୍ଷା ଦିଆଯାଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଆମ୍ବୁଲାନ୍ସକୁ ସୁରକ୍ଷା ଦେଇଥିଲେ। ତେବେ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଶତାଧିକ ଦଙ୍ଗାକାରୀ ଆମ୍ବୁଲାନ୍ସକୁ ଘେରିଯାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ଶିଶୁ ତା’ ମା’ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଜଳି ଯାଇଥିଲେ। ମୀନା ହାଙ୍ଗସିଙ୍ଗ ମୈତେଇ ସଂପ୍ରଦାୟର ଏବଂ ସେ କୁକି ସମ୍ପ୍ରଦାୟରେ ବିବାହ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ