Masthead

ବିପଦରେ ମେଘନାଦ ପାଚେରି

ପୁରୀ(ବଡ଼ ଖବର ବ୍ୟୁରୋ): ବିପଦରେ ମେଘନାଦ ପାଚେରି । ଯେତେ ମରାମତି କଲେ ବିି ଫେରୁନି ପୂର୍ବସ୍ଥିତି । ପାଚେରି ଯୋଡ଼େଇ ପରେ ବି ବୋହୁଛି ଆନନ୍ଦ ବଜାର ମଇଳା ପାଣି । ପାଚେରି ଉପରେ ଚରିଗଲାଣି ଶିଉଳି। ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା। ମରାମତି କରାଯିବା ପରେ ଡ୍ରେନ୍ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା। ହେଲେ ପୂର୍ବ ଅବସ୍ଥା ଫେରିପାଉନି ମେଘନାଦ ପାଚେରୀ ।

ପୁଣି ୩ଟି ସ୍ଥାନରେ ଡ୍ରେନ୍ ପାଣି ଝରି ଶିଉଳି ଲାଗିଗଲାଣି ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ନିଜେ ଅସୁରକ୍ଷିତ ହୋଇପଡ଼ିଲାଣି। ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ଵରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ସମ୍ଭବତଃ ଏହା ଯୋଡ଼େଇକୁ ପ୍ରଭାବିତ ଫାଟ ହୋଇ ଝରୁଛି ଆନନ୍ଦବଜାରର ମଇଳା ଜଳ ଲାଗିଲାଣି ଶିଉଳି ଆସ୍ତରଣ । ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରୁଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦବଜାର ଡ୍ରେନ୍‌ରୁ ଯେଉଁ ଫାଟ ଓ ଗର୍ଭ ଦେଇ ପାଣି ମେଘନାଦ ପାଚେରି ଭେଦୁଥିଲା, ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା।

ଆନନ୍ଦବଜାର ହାତଧୁଆ ସ୍ଥଳରୁ ମେଘନାଦ ପାଚେରିରେ ଏକ ଅସ୍ଥାୟୀ ପ୍ଲାଷ୍ଟିକ୍ ପାଇପ୍ ଲଗାଇ ଏହି ପାଣିକୁ ଶ୍ରୀମନ୍ଦିର ବାହାର ଡ୍ରେନ୍‌କୁ ଛଡ଼ାଯାଉଛି ଏହି ପାଣି ପାଚେରି ଦେଇ ତଳକୁ ଆସୁଛି। ମୋଟା ଆସ୍ତରଣର ଶିଉଳି ବସିଯାଇଥିବାରୁ ଏହି ପାଣି ମେଘନାଦ ପାଚେରି ଦେଇ ଦୀର୍ଘଦିନ ହେଲା ଝରୁଥିବା ସ୍ପଷ୍ଟ ବାରି ହୋଇପଡୁଛି। ମେଘନାଦ ପାଚେରିର ଉଚ୍ଚତା ପ୍ରାୟ ୨୦ ଫୁଟ ଏବଂ ଓସାର ପ୍ରାୟ ୬ ଫୁଟା ଏଏସ୍‌ଆଇ ପକ୍ଷରୁ ନିୟମିତ ନିରୀକ୍ଷଣ ହେଉନଥିବାରୁ ଦୀର୍ଘଦିନ ହେଲା ପାଚେରି ମଧ୍ୟ ଦେଇ ଡ୍ରେନ୍ ଜଳ ନିଷ୍କାସନ ହେଉଥିବାରୁ ନଜର ପଡ଼ିନାହିଁ ଅବା ଦେଖି ଅଣଦେଖା କରାଯାଇଛି। ତେଣୁ ତ୍ବରିତ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ମରାମତି କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’