Masthead

ବିପଦରେ ମେଘନାଦ ପାଚେରି

ପୁରୀ(ବଡ଼ ଖବର ବ୍ୟୁରୋ): ବିପଦରେ ମେଘନାଦ ପାଚେରି । ଯେତେ ମରାମତି କଲେ ବିି ଫେରୁନି ପୂର୍ବସ୍ଥିତି । ପାଚେରି ଯୋଡ଼େଇ ପରେ ବି ବୋହୁଛି ଆନନ୍ଦ ବଜାର ମଇଳା ପାଣି । ପାଚେରି ଉପରେ ଚରିଗଲାଣି ଶିଉଳି। ବର୍ଷେ ତଳେ ଶିଉଳି ଛଡ଼ାଇ ଫାଟ ଯୋଡ଼େଇ କରାଯାଇଥିଲା। ମରାମତି କରାଯିବା ପରେ ଡ୍ରେନ୍ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା। ହେଲେ ପୂର୍ବ ଅବସ୍ଥା ଫେରିପାଉନି ମେଘନାଦ ପାଚେରୀ ।

ପୁଣି ୩ଟି ସ୍ଥାନରେ ଡ୍ରେନ୍ ପାଣି ଝରି ଶିଉଳି ଲାଗିଗଲାଣି ତେଣୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ନିଜେ ଅସୁରକ୍ଷିତ ହୋଇପଡ଼ିଲାଣି। ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ଵରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ସମ୍ଭବତଃ ଏହା ଯୋଡ଼େଇକୁ ପ୍ରଭାବିତ ଫାଟ ହୋଇ ଝରୁଛି ଆନନ୍ଦବଜାରର ମଇଳା ଜଳ ଲାଗିଲାଣି ଶିଉଳି ଆସ୍ତରଣ । ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରୁଛି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦବଜାର ଡ୍ରେନ୍‌ରୁ ଯେଉଁ ଫାଟ ଓ ଗର୍ଭ ଦେଇ ପାଣି ମେଘନାଦ ପାଚେରି ଭେଦୁଥିଲା, ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା।

ଆନନ୍ଦବଜାର ହାତଧୁଆ ସ୍ଥଳରୁ ମେଘନାଦ ପାଚେରିରେ ଏକ ଅସ୍ଥାୟୀ ପ୍ଲାଷ୍ଟିକ୍ ପାଇପ୍ ଲଗାଇ ଏହି ପାଣିକୁ ଶ୍ରୀମନ୍ଦିର ବାହାର ଡ୍ରେନ୍‌କୁ ଛଡ଼ାଯାଉଛି ଏହି ପାଣି ପାଚେରି ଦେଇ ତଳକୁ ଆସୁଛି। ମୋଟା ଆସ୍ତରଣର ଶିଉଳି ବସିଯାଇଥିବାରୁ ଏହି ପାଣି ମେଘନାଦ ପାଚେରି ଦେଇ ଦୀର୍ଘଦିନ ହେଲା ଝରୁଥିବା ସ୍ପଷ୍ଟ ବାରି ହୋଇପଡୁଛି। ମେଘନାଦ ପାଚେରିର ଉଚ୍ଚତା ପ୍ରାୟ ୨୦ ଫୁଟ ଏବଂ ଓସାର ପ୍ରାୟ ୬ ଫୁଟା ଏଏସ୍‌ଆଇ ପକ୍ଷରୁ ନିୟମିତ ନିରୀକ୍ଷଣ ହେଉନଥିବାରୁ ଦୀର୍ଘଦିନ ହେଲା ପାଚେରି ମଧ୍ୟ ଦେଇ ଡ୍ରେନ୍ ଜଳ ନିଷ୍କାସନ ହେଉଥିବାରୁ ନଜର ପଡ଼ିନାହିଁ ଅବା ଦେଖି ଅଣଦେଖା କରାଯାଇଛି। ତେଣୁ ତ୍ବରିତ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ମରାମତି କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା