Masthead

ସାପ ଛାଡି ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣା, ହତ୍ୟାକାରୀ ସ୍ୱାମୀକୁ ଗିରଫ କଲା ପୋଲିସ

ଆସିକା (ବଡ଼ ଖବର ବ୍ୟୁରୋ):କବିସୂର୍ୟ୍ୟନଗରରେ ନାଗସାପ ଛାଡି ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିବା ଘଟଣା ଆଜି ନୂଆ ମୋଡ ନେଇଛି । ସ୍ୱାମୀ ନିଜେ ସାପ ଛାଡି ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିଲା । ଆଜି କବିସୂର୍ୟ୍ୟନଗର ପୋଲିସ ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ରଙ୍କୁ ଗିରଫ କରି କୋର୍ଟ ପଠାଇଥିବା କବିସୂର୍ୟ୍ୟନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ଗତ ଅକ୍ଟୋବର ୭ ତାରିଖରେ କବିସୂର୍ୟ୍ୟନଗର ଥାନା ଅଢେଇ ବରଗାଁ ଗ୍ରାମ ଠାରେ କୋଳଥିଆ ନାଗସାପ କାମୁଡାରେ ମା ଓ ଶିଶୁ କନ୍ୟା ପ୍ରାଣ ହରାଇଥିଲେ । ମୃତକ ମାନେ ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ରଙ୍କ ସ୍ତ୍ରୀ କେ.ବାସନ୍ତି ପାତ୍ର(୨୩) ଓ ୨ ବର୍ଷର ଝିଅ ଦେବସ୍ମିତା ଥିଲେ । ।ବାସନ୍ତି ଓ ଦେବସ୍ମିତା ଶୋଇଥିବା ବେଳେ ହଠାତ ଉଭୟଙ୍କୁ ସାପଟି କାମୁଡି ଥିଲା । ଚିତ୍କାର ଶୁଣି ପରିବାର ବର୍ଗ ପହଁଚିବା ବେଳେ ନାଗସାପଟି ସେମାନଙ୍କ ଗୋଡ ପାଖରେ ଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ କବିସୂର୍ୟ୍ୟନଗର ପୋଲିସ ଦୁଇଟି ଅପମୃତ୍ୟୁ ମାମାଲା ରୁଜୁ କରିଥିଲେ । ଏହି ଘଟଣା ସେତେବଳେ ସମସ୍ତଙ୍କ ହୃଦୟକୁ ସ୍ତବ୍ଧ କରିଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା