Before Header

ବ୍ଲକ ଅଫିସରେ ଧଶେଇ ପସି ଭଙ୍ଗାରୁଜା କଲେ ବିଜେପି କର୍ମୀ

0 627

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ବ୍ଲକ ଘେରାଉ କରିଛି ଚାନ୍ଦବାଲି ବିଜେପି। ବ୍ଲକ ଘେରାଉ ବେଳେ ଧଶେଇ ପସି ବ୍ଲକ କାର୍ୟ୍ୟାଳୟରେ ଭିତରେ ଭଙ୍ଗାରୁଜା କଲେ ବିଜେପି କର୍ମୀ । ଆଜି ବିଜେପି ଦଳ ଚାନ୍ଦବାଲି କାଳୀ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଵଜାର ପରିକ୍ରମା କରି ଚାନ୍ଦବାଲି ବ୍ଲକ କର୍ୟ୍ୟାଳୟ ଘେରାଉ କରିଥିଲେ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ଜିଲ୍ଲାସ୍ତରୀୟ ନେତା ସାମିଲ ହୋଇଥିଲେ। ଆବାସ ଯୋଜନା, ଭତ୍ତା, ପିଡ଼ିଏସ ବଣ୍ଟନ ଦୃର୍ନୀତି, ପିସି କାରବାରରେ ଥିବା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାଧାରଣ ଲୋକଙ୍କର ମୌଳିକ ସୁବିଧାରେ ବଞ୍ଚିତ ଥିବାରୁ ଦୃର୍ନୀତି ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୩ ବର୍ଷ ସରକାର ଶାସନ କାର୍ୟ୍ୟରେ ଥିଲେ ବି ଚାନ୍ଦବାଲି ବ୍ଲକରେ ବିଭିନ୍ନ ଗାଁ ଗଣ୍ଡାରେ ଏଵେ ବିକାଶ ନାଁ ରେ ନିମ୍ନମାନର କାର୍ୟ୍ୟ କରି ଫଲ୍ସ ବିଲ୍ କରି ହରିଲୁଟ ହେଉଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଵିଜେପି କର୍ମୀ ବ୍ଲକ କାର୍ୟ୍ୟାଳୟ ଭିତରେ ଧଶେଇ ପଶିବା ପରେ ପୋଲିସ୍ କଣ୍ଟ୍ରୋଲ ବାହାରେ ଥିଲା।

Leave A Reply

Your email address will not be published.