Masthead

ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଶରୀରରୁ ବାହାରିଥିବା ଗୁଳି ଦେଶୀ ବନ୍ଧୁକର ସୂଚନା । ଦେଶୀ ବନ୍ଧୁକ କେଉଁଠାରୁ ଆସିଛି, ତଦନ୍ତ କରୁଛି ପୋଲିସ । ସିଧା ଗୁଳି ନକରି ସାମାନ୍ୟ ବଙ୍କେଇ କରି ଗୁଳି କରିଥିଲେ । ଡାହାଣ ଛାତି ଉପର ଭାଗରେ ଗୁଳି ବାଜି ମେରୁଦଣ୍ଡରେ ଅଟକିଥିଲା । ବିହାର ମୁଙ୍ଗେର ଅଞ୍ଚଳରୁ ଦେଶୀ ବନ୍ଧୁକ ଗଞ୍ଜାମ ଆସିଥାଏ । ତେବେ ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ୫୬ ଘଣ୍ଟା ପୁରିଲାଣି । ହେଲେ ଏଯାଏଁ ପୁଲିସ ହାତ ଖାଲି । ତଦନ୍ତ ଚାଲିଛି ବୋଲି ପୁଲିସ କହୁଛି, ପାତାଳରେ ଥିଲେ ବି ଅପରାଧୀ ଧରା ହେବେ ବୋଲି ମନ୍ତ୍ରୀ କହୁଛନ୍ତି । ହେଲେ ତଦନ୍ତ କେଉଁ ବାଟରେ ଯାଉଛି ?

ସେପଟେ ହତ୍ୟାକାଣ୍ଡକୁ ନେଇ ଏବେ ଅନେକ ଥିଓରି ସାମ୍ନାକୁ ଆସୁଛି । ପୀତବାସଙ୍କୁ ଗୁଳିମାଡ଼ ପୂର୍ବରୁ ତାଙ୍କ ଚାମ୍ବରରୁ ଘର ପର୍ଯ୍ୟନ୍ତ ରେକି କରିଥିଲେ ଦୁର୍ବୃତ୍ତ । କେମିତି ପୀତବାସଙ୍କୁ କରିବେ ଟାର୍ଗେଟ୍ ପୂର୍ବରୁ କରିଥିଲେ ଯୋଜନା । ହତ୍ୟାକାଣ୍ଡକୁ ନେଇ ପୁଲିସର ଜୋରଦାର ତଦନ୍ତ ଚଳାଇଛି । କୁହାଯାଉଛି ଘଟଣା ଦିନ ରାତି ପ୍ରାୟ ୯ଟା ୩୦ରେ ପୀତବାସ ଚାମ୍ବରରୁ ବାହାରିଥିଲେ । ଭାଗ୍ୟଶ୍ରୀ ହୋଟେଲ ପାଖରୁ ବିରିୟାନି କିଣିସାରି ୯ଟା ୫୫ରେ ବାହାରିଥିଲେ ।

ସେଠାରୁ ଗଳି ମୁଣ୍ଡରେ ପହଞ୍ଚିଲା ବେଳକୁ ପୂର୍ବରୁ ଆତତାୟୀମାନେ ଛକି ରହିଥିଲେ । ଗୋଟିଏ କଳା ରଙ୍ଗର ବାଇକ୍‌ରେ ୨ଜଣ ଧଳା ସାର୍ଟପିନ୍ଧା ଯୁବକ ଅପେକ୍ଷା କରିଥିଲେ । ସେମାନେ କଳା ରଙ୍ଗର ହେଲମେଟ୍‌ ପିନ୍ଧି ଗେଟ୍‌ ବଜାର ଆଡ଼ୁ ଆସିଥିଲେ । ପୀତବାସ ବୈକୁଣ୍ଠନଗର ଗଳି ମୁଣ୍ଡରେ ପହଞ୍ଚିବା କ୍ଷଣି ଅତି ନିକଟରୁ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ । ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଗୋକର୍ଣ୍ଣେଶ୍ବର ଗଳି ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି