Before Header

ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରିବା ପରେ ଦିଲ୍ଲୀ ଗଲେ ମନମୋହନ

0 1,135

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରିବା ପରେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ । ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକରେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ମାନସ ମନ୍ଥନ ହୋଇଥିଲା ।

ଦଳର ପର୍ଯ୍ୟବେକ୍ଷକମାନେ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରାଯାଇଛି । ତେଣୁ ଏହି ତାଲିକା ଉପରେ ଆଲୋଚନା କରିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ପ୍ରାର୍ଥୀ ନେଇ ଆଲୋଚନା ମଧ୍ୟ ହେବ ।

Leave A Reply

Your email address will not be published.