Masthead

ମିଳିଲାନି ଟେଣ୍ଟ, ପଡ଼ୋଶୀଙ୍କ ଶାଢୀରେ ସଜାଇ ହେଲା ଗାଁଦାଣ୍ଡ

କୋରାପୁଟ (ବଡ଼ ଖବର ବ୍ୟୁରୋ):ଏପ୍ରିଲ ମାସରୁ ଖରାରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଉପରେ ପଡିଥିଲା ଗଛର ଡାଳ ଭରା ଚାଦର। ଏହି ଡାଳକୁଧରି ରଖିବାକୁ ଗାଁର ଏ ମୁଣ୍ଡରୁ ସେ ମୁଣ୍ଡକୁ ଭଲ ଭାବେ ପୋତାଯାଇଥିଲା ବଡ ବଡ ବାଉଁଶ। ଆଉ ଉଭୟ ପାର୍ଶ୍ବରେ ଗାଁର ସବୁ ଘରୁ ଆସିଥିଲା ଭଳି ଭଳି ନୂଆ ଶାଢୀ। ଦୁଇ ଦିନ ତଳେ ଖରାରୁ ରକ୍ଷା ପାଇବା ପାଇଁ ଡାଳକୁ ଛାମୁଣ୍ଡିଆ କରାଯାଇଥିବାବେଳେ ଉଭୟ ପାଶ୍ୱର୍କୁ ନୂତନ ଶାଢୀରେ ସଜେଇଥିଲେ ଗାଁ ଲୋକେ। କାରଣ କ’ଣ ପଚାରିବାରୁ ଜାଣିବାକୁ ମିଳିଥିଲା କୋରାପୁଟ ଜିଲ୍ଳା ନାରାୟଣପାଟଣା ବ୍ଲକର ପଅହଞ୍ଚ ଗାଁ ମଙ୍ଗଳପୁର ଗାଁରେ ଥିଲା ଦୁଇ ଦୁଇଟା ବାହାଘର। ଗାଁର ଏମୁଣ୍ଡରେ ଥିଲା ମାସି ନାଚିକାଙ୍କ ଘର ଓ ସେ ମୁଣ୍ଡରେ ଥିଲା ଟିକା କେନ୍ଦ୍ରୁକାଙ୍କ ଘର।

ଗୋଟିଏ ଗାଁରେ ବାହାଘର ହେଉଥିବାରୁ ଗାଁଟା ଯାକର ଲୋକ ଏକାଠି ହୋଇଥିଲେ। ପାହାଡ ଉପରେ ଘର ରହିଥିବାରୁ ଏହିଠାକୁ ଆସି ପାରିବନି ବଡ ଗାଡି। କି ଆସିପାରିବନି ଟେଣ୍ଟ। ତେଣୁ ଏହି ଗାଁର ୩୬ଟି ପରିବାର ବେଶ ଉତ୍ସାହର ସହ ବାହାଘର ପାଇଁ ଅଣ୍ଟା ଭିଡିଥିଲେ। ଦୁଇଦିନ ତଳେ ହୋଇଥିବା ବୋର୍ଗୀ ହାଟରେ ବିକ୍ରି କରିଥିଲେ ଝାଡୁ। ଆଉ ବଜାରରୁ ପ୍ରତି ଘରୁ ତିନିଟି ଲେଖାଏଁ ଶାଢୀ କିଣି ଆଣିଥିଲେ। ଆଉ ଯତ୍ନ କରି ସଜାଇଥିଲେ ଗାଁ ଦାଣ୍ଡକୁ। ଗାଁରେ ୨୩ରୁ ଅଧିକ ଯୁବକଯୁବତୀ ଏହି ସଜା କାମରେ ରହିଥିବାବେଳେ ତିନିଦନ ହେଲା ଉଭୟ ମାସି ଓ ଟିକା ଘର ତରଫରୁ ଗାଁ ଦାଣ୍ଡକୁ ସଜାଇଥିଲେ।ଗାଁର ସୁବାନା ନାଚିକା କହିଛନ୍ତି ଯେ ବାହାଘର ପାଇଁ ଉଭୟ ଘର ରାଜି ହେବା ପରେ ବାହାଘର ପାଇଁ ଆଜି ଦିନକୁ ନିର୍ଘଣ୍ଟ ହୋଇଥିଲା। ତେଣୁ ଗତ ଦୁଇ ଦିନ ହେବ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏନେଇ ବର୍ଗରେ ଟେଣ୍ଟ ହାଉସ ସହ ଯୋଗାଯୋଗ ହୋଇଥିଲା।

କିନ୍ତୁ ଆମ ବଜେଟଠାରୁ ଅଧିକ ଟଙ୍କା କହିବାରୁ ଆମେ ଗାଁ ଲୋକେ ନିଜେ ନିଜର ସହଯୋଗ କରି ଛାମୁଣ୍ଡିଆ କରିଛୁ। ଆଉ ପ୍ରତି ଘରୁ ଶାଢୀ ଆଣି ସାଜସଜା କରାଯାଇଛି। ଖାଲି ମୋର ନୁହେଁ ଗାଁର ଯାହାର ବି ବାହାଘର ହୁଏ ସବୁ ସହଯୋଗ କରନ୍ତି। ସୌହାର୍ଦ୍ଦ୍ୟପୁର୍ଣ୍ଣ ପରିବେଶରେ ବାହାଘର ହୁଏ ବୋଲି ସେ କହିଛନ୍ତି। ଏନେଇ ଗାଁର ସୁବାସ କେନ୍ଦ୍ରୁକା କହିଛନ୍ତି ଯେ ଗାଁରେ ଗତ କିଛି ବର୍ଷ ହେବ ବାହାଘର ହୋଇ ନ ଥିଲା। ଚଳିତବର୍ଷ ମାସି ଓ ଟିକାଙ୍କର ବାହାଘର ପରସ୍ପର ମଧ୍ୟରେ ସ୍ଥିର ହେବାରୁ ଆମେ ସବୁ ଉତ୍ସାହିତ ହୋଇଥିଲୁ। ବାହାଘର ଦିନ ଧାର୍ଯ୍ୟ ହେବା ପରେ ଜଙ୍ଗଲରୁ ଡାଳ ଆଣି ଛାମୁଣ୍ଡିଆ ତିଆରି କରାଯାଇଥିଲା। ଏହାସହ ଗାଁର ଏମୁଣ୍ଡରୁ ସେମୁଣ୍ଡ ଯାଏ ସାଜସଜ୍ଜା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେଥିପାଇଁ ଗାଁରେ ଗତ ଦିନରେ ଯେତେ ବି ଝାଡୁ ରହିଥିଲା ବାଜାରରେ ଗାଁ ଲୋକେ ବିକ୍ରି କରି ଶାଢୀ କିଣିଥିଲେ। ପ୍ରତି ଘରୁ ତିନିଟି ଲେଖା ଶାଢୀ ଅଣାଯାଇ ସାଜସଜ୍ଜାରେ ବ୍ୟବହାର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ