Before Header

ଝାଡୁଦାର ଭରସାରେ ଚାଲିଛି ଚିକିତ୍ସାଳୟ

0 10

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର । ଝାଡୁଦାର ଦେଉଛନ୍ତି ଔଷଧ । ଝାଡୁଦାରଙ୍କ ଭରସାରେ ଚାଲିଛି ଚିକିତ୍ସାଳୟ। ନୂଆପଡ଼ାର କୁଲିଆଆବନ୍ଧାରେ ଥିବା ହୋମିଓପ୍ୟାଥି ଚିକିତ୍ସାଳୟକୁ ଦିନ ଥିଲା ପଡୋଶୀ ଛତିଶଗଡ଼ରୁ ବି ରୋଗୀ ଆସୁଥିଲେ । ହେଲେ ଏବେ ଜଣେ ଝାଡୁଦାର ହିଁ ରୋଗୀଙ୍କ ସାହା ଭରସା ପାଲଟିଛନ୍ତି ।

୧୯୮୦ ମସିହାରୁ ଖୋଲାଯାଇଥିବା ଏହି ଚିକିତ୍ସାଳୟକୁ ଗତ ୭ ବର୍ଷ ହେଲା ଡାକ୍ତର ଆସୁନାହାନ୍ତି । ପ୍ରତ୍ୟେକ ଦିନ କିନ୍ତୁ କିଛି କିଛି ରୋଗୀ ଆସନ୍ତି। ଡାକ୍ତର ଆସୁ ନଥôବାରୁ ଝାଡୁଦାର ହିଁ ଔଷଧ ଦେଇଥାନ୍ତି। ଦାୟିତ୍ୱରେ ଥିବା ଡାକ୍ତର ଅନ୍ୟ ଏକ ଚିକିତ୍ସାଳୟ ଦାୟିତ୍ୱରେ ଥିବାରୁ ଏଠାକୁ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି । ସପସତାହରେ ଥରେ ଡାକ୍ତର ଆସୁଥିବା ଗାଁ ଲୋକେ କହିଛନ୍ତି ।

Leave A Reply

Your email address will not be published.